ଭୁବନେଶ୍ବର: ରାଜ୍ୟରେ ବେକାକୁ କୋରୋନା । ଗତ 24 ଘଣ୍ଟାରେ ପୁଣି 1030 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 603 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 427 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 179 କିଶୋର ଆକ୍ରାନ୍ତ ହୋଇଛନ୍ତି ।
Odisha Corona: ଦିନକରେ 1030 ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1030 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ
ନୂଆ ସଂକ୍ରମିତ ଜିଲ୍ଲାଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ପାର କରିଛି ସୁନ୍ଦରଗଡ । ସୁନ୍ଦରଗଡରୁ 227 ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରୁ 164 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 3, ବାଲେଶ୍ବର 23, ବରଗଡ 22, ଭଦ୍ରକରୁ 11, ବଲାଙ୍ଗୀରରୁ 25, ବୌଦ୍ଧରୁ 12, କଟକରୁ 50, ଦେଓଗଡରୁ 9, ଢେଙ୍କାନାଳରୁ 3, ଗଜପତିରୁ 7, ଜଗତସିଂହପୁରରୁ 7, ଯାଜପୁରରୁ 19, ଝାରସୁଗୁଡାରୁ 21, କଳାହାଣ୍ଡିରୁ 26, କନ୍ଧମାଳରୁ 23, କେନ୍ଦ୍ରାପଡାରୁ 17, କେନ୍ଦୁଝରରୁ 13, କୋରାପୁଟରୁ 17, ମୟୂରଭଞ୍ଜରୁ 110, ନୟାଗଡରୁ 20, ନୂଆପଡାରୁ 11, ପୁରୀରୁ 10, ରାୟଗଡାରୁ 18, ସମ୍ବଲପୁରରୁ 77, ସୋନପୁରରୁ 39 ଓ ଷ୍ଟେଟପୋଲରୁ 36 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,10,115ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6974 ସକ୍ରିୟ ମାମଲା ରହିଛି ।