ଓଡିଶା

odisha

କମୁନି କୋରୋନା କୋପ, ଆଜି 297 ପଜିଟିଭ

By

Published : Mar 31, 2021, 12:47 PM IST

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 297 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 297 ପଜିଟିଭ
ଆଜି 297 ପଜିଟିଭ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 297ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 174ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 123ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । କଳାହାଣ୍ଡିରୁ ସର୍ବାଧିକ 57ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 9ଜଣ, ବାଲେଶ୍ବରରୁ 6 ଜଣ, ବରଗଡରୁ 18ଜଣ, ବଲାଙ୍ଗୀରରୁ 5ଜଣ, ଭଦ୍ରକରୁ 2ଜଣ, କଟକରୁ 17ଜଣ, ଢେଙ୍କାନାଳରୁ 1, ଗଞ୍ଜାମରୁ 7ଜଣ, ଯାଜପୁରରୁ 5ଜଣ, ଜଗତସିଂହପୁରରୁ 2ଜଣ, ଝାରସୁଗୁଡାରୁ 2, କଳାହାଣ୍ଡିରୁ 57ଜଣ, କେନ୍ଦ୍ରାପଡାରୁ 2ଜଣ, କେନ୍ଦୁଝରରୁ 12ଜଣ, ଖୋର୍ଦ୍ଧାରୁ 33ଜଣ, ମୟୂରଭଞ୍ଜରୁ 7ଜଣ, ନୂଆପଡାରୁ 31ଜଣ, ପୁରୀରୁ 6 ଜଣ, ରାୟଗଡାରୁ 3ଜଣ, ନବରଙ୍ଗପୁରରୁ 3ଜଣ, ନୟାଗଡରୁ 2ଜଣ, ସମ୍ବଲପୁରରୁ 17ଜଣ,ସୁନ୍ଦରଗଡରୁ 38ଜଣ, ସୋନପୁରରୁ 3ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 4ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 340917 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 2013ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336930ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9043972ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details