ଓଡିଶା

odisha

ETV Bharat / city

ଜୁନରେ 16 ପ୍ରତିଶତ କମ ବର୍ଷା ରେକର୍ଡ

ଜୁନ ଅପେକ୍ଷା ଜୁଲାଇରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇଛି । ଜୁନ ମାସରେ ସାରା ରାଜ୍ୟରେ 16 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

By

Published : Jul 13, 2019, 10:45 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଜୁନ ମାସରେ ସାରା ରାଜ୍ୟରେ 16 ପ୍ରତିଶତ କମ ବର୍ଷା ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଚଳିତ ମାସର ପ୍ରଥମ ଦୁଇ ସପ୍ତାହରେ ଆଶାନୁରୂପକ ବର୍ଷା ହୋଇଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗଜପତି ଜିଲ୍ଲାରେ ସର୍ବାଧିକ 56 ପ୍ରତିଶତ କମ ବର୍ଷା ହୋଇଥିବାବେଳେ କୋରାପୁଟ ଜିଲ୍ଲାରେ ଆଶା ଠାରୁ 20 ପ୍ରତିଶତ ବର୍ଷା ଅଧିକ ହୋଇଛି । ଏଥିସହ ଜୁଲାଇ 30 ଯାଏଁ ଭଲ ବର୍ଷା ରହିଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details