ଓଡିଶା

odisha

ETV Bharat / city

ଲକଡାଉନ୍ ଶେଷ ବେଳକୁ 5%କୁ ଖସିବ ସଂକ୍ରମଣ ହାର - କୋଭିଡ ହାର ଖସୁଛି

ଲକଡାଉନ ଶେଷ ବେଳକୁ 5 ପ୍ରତିଶତ ତଳକୁ ଖସିପାରେ ସଂକ୍ରମଣ ହାର । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ..

LOCKDOWN ଶେଷ ସୁଦ୍ଧା ରାଜ୍ୟରେ 5% କୁ ଖସିବ ସଂକ୍ରମଣ ହାର
LOCKDOWN ଶେଷ ସୁଦ୍ଧା ରାଜ୍ୟରେ 5% କୁ ଖସିବ ସଂକ୍ରମଣ ହାର

By

Published : Jun 8, 2021, 2:22 PM IST

ଭୁବନେଶ୍ବର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି । ଟେଷ୍ଟ ପଜିଟିଭିଟି ରେଟ ମଧ୍ୟ ହ୍ରାସ ହେଉଛି । ଆଉ 7 ରୁ 8 ଦିନ ଭିତରେ ରାଜ୍ୟ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବା ସମ୍ଭାବନା ରହିଛି । 5 ପ୍ରତିଶତ ତଳକୁ ଆସିଯାଇପାରେ ରାଜ୍ୟର ସଂକ୍ରମଣ ହାର।

LOCKDOWN ଶେଷ ସୁଦ୍ଧା ରାଜ୍ୟରେ 5% କୁ ଖସିବ ସଂକ୍ରମଣ ହାର

ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗୁଛି । ଲାକଡାଉନ ରାଜ୍ୟରେ ସଫଳ ହେଉଛି । ପୂର୍ବପେକ୍ଷା ସଂକ୍ରମଣ ହାର କମିବାରେ ଲାଗିଛି । ଆଉ 7 ରୁ 8 ଦିନ ମଧ୍ୟରେ ସଂକ୍ରମଣ ହାର କମିବାର ସମ୍ଭାବନା ରହିଛି । ଯାହା ଲକଡାଉନ ଶେଷ ବେଳକୁ 5 ପ୍ରତିଶତ ତଳକୁ ଆସିଯାଇପାରେ ରାଜ୍ୟର ସଂକ୍ରମଣ । ଯେତେ ଗୁରୁତର ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ରହୁଛନ୍ତି ତାହା ଦେଖିବାକୁ ପଡିବ ।

ରାଜ୍ୟରେ ବର୍ତ୍ତମାନ 63 ପ୍ରତିଶତ ଆଇସିୟୁ ଓ 62 ପ୍ରତିଶତ ଭେଣ୍ଟିଲେଟରେ ରୋଗୀ ଭର୍ତ୍ତି ଅଛନ୍ତି । ମାତ୍ର ଜେନେରାଲ ବେଡ଼ ଖାଲି ରହିଛି । ପୂର୍ବ ମାମଲା ଯୋଗୁଁ ଜଟିଳତା ବଢୁଛି । ଯେଉଁଥିପାଇଁ ଆଉ କିଛି ଦିନ ଏଭଳି ମୃତ୍ୟୁ ସଂଖ୍ୟା ରହିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details