ଓଡିଶା

odisha

ETV Bharat / city

ସ୍ପେଶାଲ ଡ୍ରାଇଭ; ୪୯୪୫ ଅଭିଯୁକ୍ତ ଗିରଫ, ଜାରି ହୋଇଥିଲେ NBWs

ଓଡିଶା ପୋଲିସର ସ୍ପେଶାଲ ଡ୍ରାଇଭ । 9 ଦିନ ମଧ୍ୟରେ 4 ହଜାର 945 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

By

Published : Aug 26, 2021, 6:03 PM IST

ଓଡିଶା ପୋଲିସ ସ୍ପେଶାଲ ଡ୍ରାଇଭ, ୪,୯୪୫ ଜାମିନ ବିହୀନ ଗିରଫ ପରୱାନା ଗିରଫ
ଓଡିଶା ପୋଲିସ ସ୍ପେଶାଲ ଡ୍ରାଇଭ, ୪,୯୪୫ ଜାମିନ ବିହୀନ ଗିରଫ ପରୱାନା ଗିରଫ

ଭୁବନେଶ୍ବର: ଓଡିଶା ପୋଲିସର ସ୍ପେଶାଲ ଡ୍ରାଇଭ । 9 ଦିନ ମଧ୍ୟରେ 4 ହଜାର 945 ଅଭିଯୁକ୍ତ ଗିରଫ । ସୂଚନା ଦେଲେ ଡିଜିପି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରଓ୍ବାନା (NBWs) । ତେବେ ଗିରଫ ଅନେକ ଅଭିଯୁକ୍ତଙ୍କ ନାଁରେ ବହୁ ପୁରୁଣା ଏବଂ ଜଘନ୍ୟ ମାମଲା ରହିଛି । ସେମାନଙ୍କୁ କୋର୍ଟରେ ହଜାର କରାଯାଇଛି ।

ଗତ ୧୬ ଅଗଷ୍ଟରୁ ୨୫ ତାରିଖ ଯାଏଁ ଓଡିଶାର ପୋଲିସ ଏହି ସ୍ବତନ୍ତ୍ର ଡ୍ରାଇଭ ଚଳାଇଥିଲା । ଏଥିରେ ମୋଟ 4 ହଜାର 945 ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଏହି ସଫଳତା ପାଇଁ ଓଡିଶା ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କଲେ ଡିଜିପି ଅଭୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details