ଓଡିଶା

odisha

ETV Bharat / city

Monkeypox Scare: ମଙ୍କିପକ୍ସକୁ ନେଇ ଓଡିଶାରେ ଆର୍ଲଟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରୁ ବଢୁଛି ମଙ୍କିପକ୍ସ ଭୟ । ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ଆର୍ଲଟ ହୋଇଛନ୍ତି ଓଡିଶା ସରକାର । ଅଧିକ ପଢନ୍ତୁ

Monkeypox Scare: ମଙ୍କିପକ୍ସକୁ ନେଇ ଆର୍ଲଟ ରାଜ୍ୟ ସରକାର, 30ରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ
Monkeypox Scare: ମଙ୍କିପକ୍ସକୁ ନେଇ ଆର୍ଲଟ ରାଜ୍ୟ ସରକାର, 30ରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

By

Published : Jul 26, 2022, 2:22 PM IST

ଭୁବନେଶ୍ବର: ଦେଶରେ 3 ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳ ପରେ ଦିଲ୍ଲୀରେ ମଙ୍କିପକ୍ସର ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ଆର୍ଲଟ ହୋଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ''ମଙ୍କିପକ୍ସ ସ୍ଥିତି ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ମଙ୍କିପକ୍ସ ପାଇଁ ଦେଶରେ 10ଟି ପରୀକ୍ଷା କେନ୍ଦ୍ର ଅଛି । ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ । ଏନେଇ କେନ୍ଦ୍ର ସରକାରଙ୍କର ଗାଇଡ଼ଲାଇନ ଆସିଛି ।''

Monkeypox Scare: ମଙ୍କିପକ୍ସକୁ ନେଇ ଆର୍ଲଟ ରାଜ୍ୟ ସରକାର, 30ରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

''ମଙ୍କିପକ୍ସ ସହ ମୁକାବିଲା ପାଇଁ ଏବେ ରାଜ୍ୟର ହସ୍ପିଟାଲଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 30 ତାରିଖରେ ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ । ଏହି ବୈଠକରେ ମଙ୍କିପକ୍ସ ବାବଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।''

ଇଟିଭି ଭାରତ ଭୁବନେଶ୍ବର

ABOUT THE AUTHOR

...view details