ଓଡିଶା

odisha

ETV Bharat / city

ଆସିଲା ଗାଇଡଲାଇନ, ୬୦ ରୁ ଅଧିକ ବେଗରେ ଗଡି ପାରିବନି ବାଇକ

ସହର ଭିତରେ ୪୦ ସ୍ପିଡ ୬୦ରୁ ଅଧିକ ବେଗରେ ଗଡିପାରିବନି ବାଇକ । ଆସିଲା ପରିବହନ‌ ବିଭାଗର ନୂଆ ଗାଇଡଲାଇନ । ଅଧିକ ପଢନ୍ତୁ

ଆସିଲା ଗାଇଡଲାଇନ, ୬୦ରୁ ଅଧିକ ବେଗରେ ଗଡି ପାରିବନି ବାଇକ
ଆସିଲା ଗାଇଡଲାଇନ, ୬୦ରୁ ଅଧିକ ବେଗରେ ଗଡି ପାରିବନି ବାଇକ

By

Published : Nov 21, 2021, 7:10 AM IST

ଭୁବନେଶ୍ବର: ଆସିଲା ରାଜ୍ୟ ପରିବହନ‌ ବିଭାଗର ସ୍ପିଡ ଲିମିଟ ଗାଇଡଲାଇନ । ଏଣିକି NH ହେଉ କି ଷ୍ଟେଟ-ହାଇଓ୍ବେ ୪ ଥାକିଆ ଲେନ ବ କାମ ଚାଲୁଥିବା ରାସ୍ତାରେ କେତେ ବେଗରେ ଗାଡି ଚଲାଇବେ ସେ ନେଇ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।

ଆସିଲା ଗାଇଡଲାଇନ, ୬୦ରୁ ଅଧିକ ବେଗରେ ଗଡି ପାରିବନି ବାଇକ

ଗାଇଡଲାଇନ ଅନୁସାରେ ୪ଲେନ ରାସ୍ତାରେ ସର୍ବାଧିକ ୬୦କିମି ପ୍ରତି ଘଣ୍ଟା ବେଗରେ ଗଡିପାରିବ ବାଇକ। ସେହିପରି N-H ଓ S-H ରେ ଘଣ୍ଟାପ୍ରତି ୫୦କିମି ବେଗରେ ଚଲାଇପାରିବେ । ସହର ଭିତରେ ବା ଯଦି‌ରାସ୍ତା କାମ ଚାଲୁଥାଏ ତେଵେ ୪୦ କିମି ପ୍ରତି ବେଗରେ ଯାଇପାରିବେ । ସେହିପରି 3 ଚକିଆ ଗାଡି ଯାତ୍ରିବାହୀ ହେଉ ବା ମାଲବାହୀ ୪ ଲେନରେ ୪୦ କିମି ପ୍ରତି ବେଗରେ ଯାଇପାରିବେ । SH ଓ SH ରେ ୩୦କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ। ସେହିପରି ଡ୍ରାଇଭରକୁ ମିଶାଇ ୮ସିଟ ତଳକୁ ଥିବା ନନ-ଟ୍ରାନସପୋର୍ଟ ଗାଡି ଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୧୦୦କିମି ବେଗରେ ଏବ SH ଓ SH ରେ ଘଣ୍ଟା ପ୍ରତି ୬୦କିମି ବେଗରେ ଯାଇପାରିବେ। ସେହି‌ପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୫୦କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ।

ଆସିଲା ଗାଇଡଲାଇନ, ୬୦ରୁ ଅଧିକ ବେଗରେ ଗଡି ପାରିବନି ବାଇକ

୮ରୁ ଅଧିକ ସିଟ ଥିବା ଗାଡି ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୮୦କିମି ବେଗରେ ଏବଂ NH ଓ SH ରେ ଘଣ୍ଟା ପ୍ରତି ୬୦କିମି ବେଗରେ ଯାଇପାରିବେ। ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୪୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ। ସେହିପରି ମାଲବାହୀ ଗାଡିଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୬୦କିମି ବେଗରେ ଏବଂ SH ଓ SH ରେ ଘଣ୍ଟା ପ୍ରତି ୫୦କିମି ବେଗରେ ଯାଇପାରିବେ। ସେହି‌ପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୩୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details