ଓଡିଶା

odisha

ETV Bharat / city

ଓଡିଶା-ମୋ ପରିବାର ପକ୍ଷରୁ ୩୦ ଜିଲ୍ଲାରେ ହେବ ରକ୍ତ ଦାନ ଶିବିର - ଓଡିଶା ମୋ ପରିବାର

ଓଡିଶା ମୋ ପରିବାର ପକ୍ଷରୁ ୩୦ ଜିଲ୍ଲାରେ ହେବ ରକ୍ତ ଦାନ ଶିବିର । ଗୋଟିଏ କ୍ୟାମ୍ପରେ ୫୦ ୟୁନିଟ ବ୍ଲଡ ଯୋଗାଡ କରିବାର ରଖାଯାଇଛି ଲକ୍ଷ୍ୟ। ଅଧିକ ପଢନ୍ତୁ...

Odisha mo parribar will have blood donation camps in 30 districts
ଓଡିଶା ମୋ ପରିବାର ପକ୍ଷରୁ ୩୦ ଜିଲ୍ଲାରେ ହେବ ରକ୍ତ ଦାନ କ୍ୟାମ୍ପ

By

Published : Aug 4, 2020, 1:42 PM IST

ଭୁବନେଶ୍ବର:ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ମୋ ପରିବାରର ବ୍ୟାପକ କାର୍ଯ୍ୟକ୍ରମ । ଅଗଷ୍ଟ 9 କ୍ରାନ୍ତି ଦିବସରୁ ସ୍ବାଧିନତା ଦିବସ ଯାଏ ସପ୍ତାହବ୍ୟାପୀ 32 ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହେବ। । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ପକ୍ଷରୁ ଏକ ସ୍ଵତନ୍ତ୍ର ଅଭିଯାନରେ ବିଭିନ୍ନ ସ୍ଥାନରେ ରକ୍ତ ଦାନ କ୍ୟାମ୍ପ କରାଯିବ । କୋରୋନା ସମୟରେ ରକ୍ତ ଦାନ ହାର କମିଥିବା ବେଳେ ଏହା ବେଶ ସହାୟକ ହେବ ।

ଓଡିଶା ମୋ ପରିବାର ପକ୍ଷରୁ ୩୦ ଜିଲ୍ଲାରେ ହେବ ରକ୍ତ ଦାନ କ୍ୟାମ୍ପ

ବିଶେଷ କରି ରକ୍ତ ଅଭାବରୁ ଥାଲେସେମିଆ ,ସିକିଲ୍ ସେଲ,ହେମୋଫିଲିଆ ରୋଗୀ ମାନେ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ପକ୍ଷରୁ ୭ଦିନ ଧରି ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାରେ ସ୍ଥାନୀୟ ବିଧାୟକ , ସାଂସଦ ଓ ଜନପ୍ରତିନିଧି ଯୋଗଦେବାକୁ ଅନୁରୋଧ କରାଯାଇଛି । କୋରୋନା ଗାଇଡ ଲାଇନକୁ ମାନି ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ । ଗୋଟିଏ କ୍ୟାମ୍ପ ରେ ୫୦ ୟୁନିଟ ବ୍ଲଡ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details