ଓଡିଶା

odisha

ETV Bharat / city

ଜାପାନରୁ ଆସିଲା ଦୁଇ ଓଡ଼ିଆ ରୋଷେୟାଙ୍କ ମୃତଦେହ, ସହଯୋଗ କଲା ‘ମୋ ପରିବାର’ - ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ

ଜାପାନରୁ ଦୁଇ ଓଡ଼ିଆଙ୍କ ମୃତଦେହ ଆଣିବାରେ ସହଯୋଗ କଲା ‘ମୋ ପରିବାର’ । ‘ଓଡ଼ିଶା-ମୋ ପରିବାର’ ର ଏଭଳି ସହଯୋଗ ଓ ବଦାନ୍ୟତା ପାଇଁ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଅଧିକ ଖବର ପଢନ୍ତୁ...

_odisha mo paribar
ଜାପାନରୁ ଆସିଲା ଦୁଇ ଓଡ଼ିଆ ପୁଅର ମରଶରୀର, ସହଯୋଗ କଲା ‘ମୋ ପରିବାର’

By

Published : Feb 9, 2020, 4:56 PM IST

ଭୁବନେଶ୍ବର: ବିଦେଶରୁ ଆକସ୍ମିକ ଭାବେ ଆସିଥିଲା ଫୋନ କଲ । ଆଉ ଦୁର୍ଘଟଣାରେ ପ୍ରାଣ ହରାଇଛି ପୁଅ। ଖବର ପାଇଲା ପରେ ପରିବାର ଲୋକ କେବଳ କାନ୍ଦିବା ଛଡା ଉପାୟଶୂନ୍ୟ ହୋଇ ଯାଇଥିଲେ। ଏତେ ଦୂରରୁ ପୁଅର ମୃତଦେହକୁ କେମିତି ଓଡିଶା ଆଣିବେ ସେନେଇ ଚିନ୍ତାରେ ପଡିଯାଇଥିଲେ । ହେଲେ ଏଭଳି ଏକ ସମୟରେ ଦୁଃଖରେ ଭାଙ୍ଗିପଡିଥିବା ପରିବାରକୁ ସହାୟତାର ହାତ ବଢାଇଛି ‘ଓଡିଶା ମୋ ପରିବାର'।

ଜାପାନରୁ ଆସିଲା ଦୁଇ ଓଡ଼ିଆ ପୁଅର ମରଶରୀର, ସହଯୋଗ କଲା ‘ମୋ ପରିବାର’

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ମୃତ ଦୁଇ ଯୁବକଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି ।

ଜାପାନରୁ ଆସିଲା ଦୁଇ ଓଡ଼ିଆ ପୁଅର ମରଶରୀର, ସହଯୋଗ କଲା ‘ମୋ ପରିବାର’

ସୂଚନା ଅନୁସାରେ, ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଲେଶ୍ବର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍। ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିର୍ଗତ କାରଣରୁ ଶ୍ବାସରୁଦ୍ଧ ହୋଇ ଏମାନେ ପ୍ରାଣ ହରାଇଥିଲେ ।

ଜାପାନରୁ ଆସିଲା ଦୁଇ ଓଡ଼ିଆ ପୁଅର ମରଶରୀର, ସହଯୋଗ କଲା ‘ମୋ ପରିବାର’

ଆଜି ସକାଳୁ ବିମାନ ଯୋଗେ ସେମାନଙ୍କ ପାର୍ଥିବ ଶରୀର କୋଲକତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ‘ଓଡ଼ିଶା-ମୋ ପରିବାର’ ଆବାହକ ଶ୍ରୀ ପଟ୍ଟନାୟକ ଏବଂ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିଥିଲେ । ପରେ ସେଠାରେ ଉପସ୍ଥିତ ଉଭୟଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ସେଠାରୁ ଦୁଇଟି ପୃଥକ୍ ଗାଡ଼ିରେ ଉଭୟଙ୍କ ଗାଁକୁ ମୃତଦେହ ପଠାଇବାର ବ୍ୟବସ୍ଥା ହୋଇଥିଲା । ସେଥିପାଇଁ ‘ ଓଡ଼ିଶା-ମୋ ପରିବାର’ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଆବାହକ ଅରୂପ ପଟ୍ଟନାୟକ । ‘ଓଡ଼ିଶା-ମୋ ପରିବାର’ ର ଏଭଳି ସହଯୋଗ ଓ ବଦାନ୍ୟତା ପାଇଁ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details