ଭୁବନେଶ୍ବର:ଆନ୍ଧ୍ର ପ୍ରଦେଶର ନିର୍ମାଣଧିନ ପ୍ରକଳ୍ପ ନେଇ ଓଡିଶା କେତେ ପ୍ରଭାବିତ ହେବ । ବିଧାନସଭାରେ ଉଠିଲା ପ୍ରସଙ୍ଗ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜାଣିବାକୁ ଚାହିଁଥିଲେ ପୋଲାଭରମ,ବଂଶଧାରା ଓ ଝଞ୍ଜାବତି ଓ ନେରେଡି, ପ୍ରକଳ୍ପକୁ ନେଇ କେତେ ଜମି ଆବଶ୍ୟକତା ଅଛି ? କେତେ ଲୋକ ସ୍ଥାନାନ୍ତର ହୋଇଛନ୍ତି ? ରାଜ୍ୟର କଣ ସ୍ଥିତି ?
ଜବାବରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ (Water Resources Minister Raghunandan Das) କହିଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ( Central Water Commission) 2006 ମସିହାରେ ପୋଲାଭରମ ପ୍ରକଳ୍ପ (Polavaram Project)ର ବନ୍ୟା ପରିମାଣକୁ (Design Flood) 36 ଲକ୍ଷ କ୍ୟୁସେକରୁ 50 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ସଂଶୋଧନ କରିଛନ୍ତି । ପ୍ରକଳ୍ପରେ ବନ୍ୟା ପରିମାଣ 50 ଲକ୍ଷ କ୍ୟୁସେକ ହେଲେ ମାଲକାନଗିରି ଜିଲ୍ଲାରେ 25ଟି ଗ୍ରାମ ଓ 6 ହଜାର 923 ଜନସଂଖ୍ୟା ପ୍ରଭାବିତ ହେବା ସହିତ 6 ହଜାର 771 ହେକ୍ଟର ଚାଷ ଜମି ଓ 3 ହଜାର 469 ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହେବାର ଆଶଙ୍କା ଅଛି। ସେହିପରି ଗୋଟ୍ଟା ବ୍ୟାରେଜ ସମ୍ପୂର୍ଣ ଭାବେ ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ଥିବାରୁ ଓଡିଶାର କୌଣସି ଗ୍ରାମ ବିସ୍ଥାପିତ ହେଉନାହାଁନ୍ତି ।