ଓଡିଶା

odisha

ETV Bharat / city

ପିଲାଙ୍କ ଭବିଷ୍ୟତ ସହ ହେବ ନାହିଁ ସାଲିସ: IT ମନ୍ତ୍ରୀ - ଆଇଟି ମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ପୋର୍ଟାଲରୁ ଓଡ଼ିଆ ଭାଷାକୁ ବାଦ୍‌ ଦେବା ନେଇ ରାଜ୍ୟରେ ଅସନ୍ତୋଷ । ଅନୁବାଦକ ଅଭାବ ଥିବାରୁ ଓଡ଼ିଆ ବାଦ୍‌ ପଡ଼ିଥିବା ସୂଚନା । କେନ୍ଦ୍ରକୁ ଚିଠି ଲେଖିବେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ...

IT minister Tusharkanti Behera, Tusharkanti Behera,  letter to central education ministry, exclusion of odia language,  Swayam online learning portal, ସ୍ବୟଂ ଅନଲାଇନ ପୋର୍ଟାଲ, Swayam, Swayam portal, ସ୍ବୟମ ପୋର୍ଟାଲ,  online learning portal, ମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ, IT ମନ୍ତ୍ରୀ, ଆଇଟି ମନ୍ତ୍ରୀ
ପିଲାଙ୍କ ଭବିଷ୍ୟତ ସହ ହେବ ନାହିଁ ସାଲିସ: IT ମନ୍ତ୍ରୀ

By

Published : Jun 11, 2021, 9:22 PM IST

ଭୁବନେଶ୍ବର:କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ପୋର୍ଟାଲ (Swayam portal) ରୁ ଓଡ଼ିଆ ଭାଷା ବାଦ ପଡିଛି । ଏ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ ଓ ଶିକ୍ଷାବିତ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଏ ବିଷୟରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଚିଠି ଲେଖାଯିବ ବୋଲି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

ପିଲାଙ୍କ ଭବିଷ୍ୟତ ସହ ହେବ ନାହିଁ ସାଲିସ: IT ମନ୍ତ୍ରୀ

ଅନୁବାଦକଙ୍କ ଅଭାବରୁ ଓଡ଼ିଆ ଭାଷାକୁ ବାଦ୍‌ ଦିଆଯାଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ କେନ୍ଦ୍ରକୁ ଚିଠି ଲେଖି ଯଥାଶୀଘ୍ର ଓଡ଼ିଆ ଭାଷାକୁ ସ୍ବୟଂ ପୋର୍ଟାଲରେ ସାମିଲ କରିବାକୁ ଅନୁରୋଧ କରିବେ କହିଛନ୍ତି ମନ୍ତ୍ରୀ ବେହେରା ।

କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି । କୋଭିଡ ସମୟରେ ଅନଲାଇନ ଶିକ୍ଷାର ବହୁ ପ୍ରଚାର ଓ ପ୍ରସାର ହୋଇଛି । ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର କରୁଛନ୍ତି । ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଅଧିକ ନିର୍ଭରଶୀଳ । ଏହା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମ ସ୍ବୟଂରେ ପଢ଼ାଯାଉଥିଲା ।

ଗତବର୍ଷ ନିଷ୍ପତ୍ତି ହୋଇଥିଲା ଯେ 10ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ । ହେଲେ AICTE (All India Council for Technical Education) ଏଥର ଓଡ଼ିଆକୁ ବାଦ ଦେଇଛି । ଯାହା ଏକ ପରିତାପର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି । ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କୋଭିଡ ସମୟରେ ଅନଲାଇନ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ ଦିଗରେ IT ବିଭାଗ କାମ କରୁଛି । ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ କାହିଁକି ବାଦ ଦିଆଗଲା, ସେ ଉତ୍ତର କେନ୍ଦ୍ର ସରକାର ଦିଅନ୍ତୁ ବୋଲି ରାଜ୍ୟରେ ଦାବି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details