ଓଡିଶା

odisha

ETV Bharat / city

ସର୍ବନିମ୍ନ ଚାଷୀ ଆୟରେ ଓଡିଶା ଦେଶରେ ଦ୍ବିତୀୟ, ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ନିରଞ୍ଜନ

ଚାଷୀ ଆୟରେ ଓଡିଶା ସମଗ୍ର ଦେଶରେ ପଛୁଆ । ଝାଡଖଣ୍ଡ ପରେ ଦ୍ବିତୀୟ ପଛୁଆ ରାଜ୍ୟ ଭାବେ ସ୍ଥାନ ପାଇଛି ଓଡିଶା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରତିଶୃତି ଓ ପ୍ରତାରଣାର ସରକାର କହି କଟାକ୍ଷ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Sep 15, 2021, 10:47 PM IST

ସର୍ବନିମ୍ନ ଚାଷୀ ଆୟରେ ଓଡିଶା ଦେଶରେ ଦ୍ବିତୀୟ, ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ନିରଞ୍ଜନ
ସର୍ବନିମ୍ନ ଚାଷୀ ଆୟରେ ଓଡିଶା ଦେଶରେ ଦ୍ବିତୀୟ, ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ନିରଞ୍ଜନ

ଭୁବନେଶ୍ବର: ସାରା ଦେଶରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି । ରାଜ୍ୟରେ ଚାଷୀ ମଧ୍ୟ ନିଜର ହକ ପାଇଁ ବିଭିନ୍ନ ସମୟରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କଲେଣି । ଚାଷୀର ଆୟ କେତେ ହେଲେ ଚାଷୀ ନିଜେ ବଞ୍ଚିପାରିବ ତାର ଚିନ୍ତା କେବଳ ଚାଷୀ ହିଁ ଜାଣେ । ତେବେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ଵୟନ ମନ୍ତ୍ରାଳୟ ରିପୋର୍ଟ ଆଧାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଓଡିଶା ସର୍ବନିମ୍ନ ଚାଷୀ ଆୟରେ ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ଯାହା ରାଜ୍ୟ ସରକାରଙ୍କ ଚାଷୀ ପ୍ରତି କେତେ ଦରଦ ତାହା ସ୍ପଷ୍ଟ ଅନୁମେୟ ହେଉଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସର୍ବନିମ୍ନ ଚାଷୀ ଆୟରେ ଓଡିଶା ଦେଶରେ ଦ୍ବିତୀୟ, ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ନିରଞ୍ଜନ

ନିରଞ୍ଜନ କହିଛନ୍ତି, ରାଜ୍ୟର ଚାଷୀ ଆୟରେ ତଳ ଆଡୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅର୍ଥାତ ଦେଶରେ ଚାଷୀଙ୍କ ଆୟ ହାରରେ ଆମ ରାଜ୍ୟ ଓଡିଶା ଦ୍ବିତୀୟ ସର୍ବନିମ୍ନ ରାଜ୍ୟ । ଦେଶର ସବୁଠୁ କମ ହାରାହାରି ମାସିକ ଆୟ ତାଲିକାରେ ଝାଡଖଣ୍ଡ ପ୍ରଥମ ସ୍ଥାନରେ ରହିଥିବାବେଳେ ତା ପଛକୁ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାର ଚାଷୀଙ୍କ ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ରହିଥିବାବେଳେ ରାଜ୍ୟର ୬୧.୨% ଚାଷୀ ପରିବାର ଋଣଗ୍ରସ୍ତ ଅବସ୍ଥାରେ ଅଛନ୍ତି । ସେହିପରି ଚାଷୀ ପରିବାରର ହାରାହାରି ଆୟ ୫,୧୧୨ ଟଙ୍କାରୁ ଫସଲରୁ ୧,୫୫୯ ଟଙ୍କା, ମଜୁରୀରୁ ୨,୬୪୯ ଟଙ୍କା, ଭାଗ ଚାଷରୁ ମାତ୍ର ୨୯ ଟଙ୍କା ,ପଶୁ ସମ୍ପଦରୁ ୪୧୬ ଟଙ୍କା ,ଅଣ କୃଷି କାର୍ଯ୍ୟରୁ ୪୪୯ ଟଙ୍କା ଆୟ କରୁଛନ୍ତି ଚାଷୀ ପରିବାର ।

ରାଜ୍ୟ ସବୁବେଳେ ତଳ ଆଡୁ ଓଡିଶା ପ୍ରଥମ ଏ କଥା ନୂଆ ନୁହେଁ । 21 ବର୍ଷ ଶାସନରେ ବିକାଶ ଜଳଜଳ ହୋଇ ଜଣାପଡୁଛି । ରାଜ୍ୟ ମିଥ୍ୟା ପ୍ରଚାର, ପ୍ରତିଶୃତି, ପ୍ରତାରଣାର ସରକାର ବୋଲି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details