ଭୁବନେଶ୍ବର: ରାଜ୍ୟରେ କୋଭିଡ ମୁକାବିଲା ଅଭିଯାନକୁ ଜୋରଦାର କଲା ସ୍ୱାସ୍ଥ୍ୟ ବିଭଗ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ତଥା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ ଏଣିକି କୋଭିଡ ମୁକାବିଳରେ ବ୍ୟବହାର ହେଉଥିବା ଦୁଇଟି ଜୀବନ ରକ୍ଷାକରି ଔଷଧ ରେମଡେସିଭିର ଓ ଅନ୍ୟଟି ଫଭିଫିରାଭିରର ବ୍ୟବହାର ଅବଧିକୁ ବୃଦ୍ଧି କରାଯାଇଛି ।
ଦୁଇଟି ଔଷଧର ଏକ୍ସପାରି ଡେଟ୍ ବୃଦ୍ଧି କଲା ସ୍ବାସ୍ଥ୍ୟ ବିଭାଗ
ଜୋରଦାର ହେଲା କୋଭିଡ ମୁକାବିଲା, ଦୁଇଟି ଜୀବନ ରକ୍ଷାକରି ଔଷଧର ବ୍ୟବହାର ଅବଧିକୁ ବୃଦ୍ଧି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ....
ସେହିଭଳି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପତ୍ରଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଏକ୍ସପାରି ଡେଟ ବୃଦ୍ଧିକୁ ଅନୁମତି ପ୍ରଦାନ କରିଛି । ଏନେଇ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୀତିଗତ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଖାସ୍ କରି ଲୋକଙ୍କ ଅବଗତି ନିମନ୍ତେ ଏହି ଅବଧି ବୃଦ୍ଧି ନିଷ୍ପତିକୁ ସାର୍ବଜନୀନ କରାଗଲା ବୋଲି ସେ କହିଛନ୍ତି । ସେ ଏହି କଥା ସ୍ପଟ କରିଛନ୍ତି ଯେ, ଏକ୍ସପାରି ଡେଟ ଦେଖି ଏହି ଔଷଧ ବ୍ୟବହାରକୁ ଭୟ ଓ ନାପସନ୍ଦ କରିବା ଉଚିତ ନୁହେଁ । ବିସ୍ତୃତ ପରୀକ୍ଷା ନିରୀକ୍ଷା ପରେ ଏହାକୁ କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ