ଦୀପାବଳିରେ ସତର୍କ ରୁହନ୍ତୁ, ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ବିଜୟ ମହାପାତ୍ରଙ୍କ ପରାମର୍ଶ
ଦୀପାବଳିରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଘର ଘର ବୁଲି ଟୀକାକରଣ ପ୍ରକ୍ରିୟାକୁ ସହଯୋଗ କରିବାକୁ ଅନୁରୋଧ କଲେ । ଅଧିକ ପଢନ୍ତୁ...
ଭୁବନେଶ୍ବର:ଘର ଘର ବୁଲି ଟୀକାକାରଣ ପ୍ରକ୍ରିୟା ଆରମ୍ଭ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସ୍ବତଃପ୍ରବୃତ୍ତ ଭାବେ ଆସି ଟିକା ନିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ଘରେ ଘରେ ବୁଲି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ନିଶ୍ଚିତ ଭାବେ ଟୀକାକରଣ ପ୍ରତିଶତ ବୃଦ୍ଧି ପାଇବ । ଶେଷ ମୁହୂର୍ତ୍ତରେ ସରକାରଙ୍କ ଏହି ସୁବିଧାରୁ ଯେଉଁମାନେ ବଞ୍ଚିତ ଅଛନ୍ତି ସେମାନେ ସୁଯୋଗ ନିଅନ୍ତୁ ବୋଲି କହିଛନ୍ତି ।
ସେହିପରି ବିଜୟ ମହାପାତ୍ର କହିଛନ୍ତି ଯେ, କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଆଇସିୟୁରେ ମଧ୍ୟ କମ ରୋଗୀ ଅଛନ୍ତି । ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି, ତା ମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ । ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ତେଣୁ ନିଜକୁ ନିଜେ ସଚେତନ ରହିବା ଉଚିତ୍ । ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ସୃଷ୍ଟି ନ କରିବାକୁ ସଂକଳ୍ପବଦ୍ଧ ହେବା ।
ଦୀପାବଳି ପାଇଁ ସତର୍କତା ସମେସ୍ତେ ଅବଲମ୍ବନ କରନ୍ତୁ । ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ । ସରକାରଙ୍କ ନିୟମ ପାଳନ କରନ୍ତୁ । ଶିଶୁ ମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର । ବାୟୁ ପ୍ରଦୂଷଣ ଯେପରି ନ ହେବ ସେନେଇ ମଧ୍ୟ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ