ଓଡିଶା

odisha

By

Published : Apr 7, 2022, 4:23 PM IST

ETV Bharat / city

XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଅଜିତ ମହାନ୍ତି

ଓମିକ୍ରନ ନ୍ୟୁ ଭାରିଏଣ୍ଟ XE କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ । ଅଧିକ ପଢନ୍ତୁ

XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଡ. ଅଜିତ ମହାନ୍ତି
XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଡ. ଅଜିତ ମହାନ୍ତି

ଭୁବନେଶ୍ବର: ପୁଣି ଚିନ୍ତାରେ ପକାଇଛି ଓମିକ୍ରନର ନୂଆ ଭାରିଏଣ୍ଟ XE । ମାତ୍ର ଏହି ଭାରିଏଣ୍ଟ ଏତେ ଭୟାବହ ନୁହେଁ ବୋଲି ଆଶ୍ବସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । XE ରେ ଯିଏ ବି ଚିହ୍ନଟ ହୋଇଛନ୍ତି, ସେମାନେ ଲକ୍ଷଣବିହୀନ । ଏହା ଏକ sub-variant, ଯାହାର ପ୍ରଭାବ ଅଛି । ହେଲେ ଭୟାବହତା ନାହିଁ ବୋଲି କହିଛନ୍ତି ।

XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଅଜିତ ମହାନ୍ତି
ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ଭାରତରେ ପ୍ରଥମ XE ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ମାତ୍ର ଏହାକୁ ଖଣ୍ଡନ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଏନେଇ ଆଜି(ଗୁରୁବାର) ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଛନ୍ତି ଯେ, ଏହା ଏକ sub-variant, ପ୍ରଭାବ ଥିଲେ ମଧ୍ୟ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆମ ରାଜ୍ୟରେ ଲକ୍ଷଣ ଦେଖାଯାଏ ତେବେ ଆମେ ନିୟନ୍ତ୍ରଣ କରି ପାରିବୁ । ଟୀକାକରଣ 90 ପ୍ରତିଶତ ସରିଥିବା କହିଛନ୍ତି ଡାକ୍ତର ମହାନ୍ତି ।


ସେପଟେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି । XE ଭାରିଏଣ୍ଟ ପ୍ରଥମ ମାମଲା UK ରୁ ଚିହ୍ନଟ ହୋଇଥିଲା । ଏହାର ସଂକ୍ରମଣ ଗତି ଅଛି, ହେଲେ ଏତେ ଭୟାବହ ନାହିଁ । ଯିଏ ଚିହ୍ନଟ ହୋଇଛନ୍ତି, ତାଙ୍କ ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ଟାସ୍କ ଫୋର୍ସ ପାଖରୁ ଆସିନାହିଁ । ଚିହ୍ନଟ ବ୍ୟକ୍ତି ଲକ୍ଷଣବିହୀନ । ରାଜ୍ୟ ସରକାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ଏହାର Genetic Study ହେଉଛି । କେନ୍ଦ୍ର ସରକାର ମାର୍ଗଦର୍ଶିକା ଦେବା ପରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details