ଓଡିଶା

odisha

By

Published : Jun 2, 2021, 5:26 PM IST

ETV Bharat / city

ସଂକ୍ରମଣର ପିକ ସ୍ଥିତି ଅତିକ୍ରମ କରିସାରିଛି ରାଜ୍ୟ, ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତି

ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ଅତିକ୍ରମ କରିସାରିଛି ସଂକ୍ରମଣର ପିକ ଅବସ୍ଥା । ଅନ୍ୟ ରାଜ୍ୟଙ୍କ ତୁଳନାରେ ସ୍ଥିତି ଭଲ ଥିବା ଦେଲେ ସୂଚନା । ଅଧିକ ପଢନ୍ତୁ...

ସଂକ୍ରମଣର ପିକ ସ୍ଥିତି ଅତିକ୍ରମ କରି ସାରିଛି ରାଜ୍ୟ, ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତି
ସଂକ୍ରମଣର ପିକ ସ୍ଥିତି ଅତିକ୍ରମ କରି ସାରିଛି ରାଜ୍ୟ, ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ବର୍ତ୍ତମାନ ରାଜ୍ୟ ସଂକ୍ରମଣର ପିକ ଅତିକ୍ରମ କରି ସାରିଛି, ସ୍ଥିତି ତଳମୁହାଁ ହେଉଛି । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଏତେ ନାହାଁନ୍ତି । ମୋଟ ୪୧ ଜଣଙ୍କ ରିପୋର୍ଟ ଆସିଥିବାବେଳେ ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି । ଆଗକୁ ହୁଏତ ସଂଖ୍ୟାରେ ପରିବର୍ତ୍ତନ ଆସିବ, ସେ ନେଇ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲା ହସ୍ପିଟାଲ ସମେତ କୋଭିଡ ହସ୍ପିଟାଲରେ କୋଭିଡ ଓ ଅଣ କୋଭିଡ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସଂକ୍ରମଣର ପିକ ସ୍ଥିତି ଅତିକ୍ରମ କରି ସାରିଛି ରାଜ୍ୟ, ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତି

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଦେଶରେ ସଂକ୍ରମଣ ଖସୁଛି । ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା। ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ତାହା ଏବେ ଖସୁଛି। ଅନ୍ୟ ରାଜ୍ୟ ଅପେକ୍ଷା ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ସବୁଠୁ କମ । ମେ’ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହେଉଛି । ସମ୍ପୂର୍ଣ୍ଣ ତଥ୍ୟ ଦେଖିଲେ ଆମର ସଂଖ୍ୟା ବହୁତ କାମ, ଯାହା ଏକ ଆଶ୍ବସ୍ତିକର ସୂଚନା। ବର୍ତ୍ତମାନ ଗୁତୁରର ରୋଗୀଙ୍କ ସଂଖ୍ୟା କମୁଥିବା ଯୋଗୁ ଡାକ୍ତରଖାନାରେ ବେଡ଼ ମଧ୍ୟ ଖାଲି ହେଉଛି।

ସେହିପରି ରାଜ୍ୟରେ ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି । ଏହି ଟାକ୍ସଫୋର୍ସ ରାଜ୍ୟରେ ସ୍ଥିତି ଦେଖି ଯାହା ସୁପାରିଶ କରିବ, ସେହି ଆଧାରରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହେବା ନେଇ ମଧ୍ୟ ସେ କହିଛନ୍ତି । ଜୁନରେ ସଂକ୍ରମଣ ହାର ଖସିବା ଆରମ୍ଭ କରୁଛି ଏବଂ କ୍ରମାଗତ ଭାବେ କମିବ ବୋଲି ଆଶା କରାଯାଉଛି । ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ଆଇସିଏମଆର ଦ୍ବାରା ଜାରି ନିର୍ଦ୍ଦେଶାନାମା ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ବ ଦିଆଯାଉଛି । ଟେଷ୍ଟିଂ ମାମଲାରେ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details