ଓଡିଶା

odisha

By

Published : May 15, 2022, 8:58 AM IST

ETV Bharat / city

କୃଷି ଅଭିବୃଦ୍ଧିରେ ଓଡିଶାର ରହିଛି ବିଶେଷ ଅବଦାନ: କେନ୍ଦ୍ର କୃଷିମନ୍ତ୍ରୀ

ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଓଡ଼ିଶାକୁ ପ୍ରଶଂସା କରିବା ସହ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି କୃଷି ଅଭିବୃଦ୍ଧିରେ(Agricultural Growth) ଓଡିଶାର ରହିଛି ବିଶେଷ ଅବଦାନ । ଅଧିକ ପଢନ୍ତୁ

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ଭୁବନେଶ୍ବର:ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar) । ଏହି ଅବସରରେ ଓଡ଼ିଶାର ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋଭିଡ ସତ୍ତ୍ବେ ଦେଶରେ କୃଷକଙ୍କ ଆୟ ବଢିଛି । ମହାମାରୀ ଭିତରେ ବି କୃଷିର ଅଭିବୃଦ୍ଧି ହୋଇଛି ଯେଉଁଥିଲେ ଓଡିଶାର ବିଶେଷ ଭୂମିକା ରହିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଗତ ଦୁଇବର୍ଷ ହେବ କୋଭିଡ ଭଳି ସଙ୍କଟ ସ୍ଥିତି ଜାରି ରହିଛି । ଏଭଳି ସ୍ଥିତିରେ ସବୁ କ୍ଷେତ୍ର ଦୋହଲି ଯାଇଥିବା ବେଳେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି ।

ଆଉ ଏହି ଅଭିବୃଦ୍ଧିରେ ଓଡିଶାର ବିଶେଷ ଅବଦାନ ରହିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେ ଆହୁରି କହିଛନ୍ତି, ''ଖଣି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ଆଗରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କୃଷି ଆଗେଇଛି । ପିଏମ କିଷାନ ଯୋଜନା, ଫସଲ ବୀମା ଯୋଜନାରେ କୃଷକକୁ ସହାୟତା ପ୍ରଦାନ କରାଯାଇଛି । ମହଙ୍ଗା ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ମହଙ୍ଗା କିଭଳି କମିବ, ଲୋକଙ୍କୁ କଷ୍ଟ କିପରି ଦୂର କରାଯିବ ସେଥିପ୍ରତି କେନ୍ଦ୍ର ସରକାର ସଜାଗ ଅଛନ୍ତି ।

କୃଷି ଅଭିବୃଦ୍ଧିରେ ଓଡିଶାର ବିଶେଷ ଅବଦାନ ରହିଛି

ବିଗତ ସରକାର ସମୟରେ ଯେଉଁ କାମ ହେବା କଥା ହୋଇନଥିବାରୁ ଓଡିଶା ସମେତ ଅନ୍ୟ ରାଜ୍ୟ ବି କୃଷି ଉନ୍ନତି କରି ନଥିଲେ । କିନ୍ତୁ ମୋଦି ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦ୍ବିଗୁଣିତ ପାଇଁ ଅନେକ ପ୍ରୟାସ କରୁଛନ୍ତି । କୋଭିଡ ସତ୍ତ୍ବେ କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବଢୁଛି ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି (ଶନିବାର) ସେ ଭୁବନେଶ୍ବରରେ ପହଞ୍ଚିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details