ଓଡିଶା

odisha

ETV Bharat / city

Budget Session: ଗୃହରେ ଶ୍ରୀମନ୍ଦିର ତାତି, ପୁରୀ ବିଧାୟକ କହିଲେ କିଛି ବିପଦ ଆସିଲେ ସରକାର ଦାୟୀ

ବିଧାନସଭା ଗୃହରେ ଶ୍ରୀମନ୍ଦିର ତାତି । ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ଗୃହରେ ବିରୋଧୀ ଦଳର ପ୍ରତିବାଦ । ଅଧିକ ପଢ଼ନ୍ତୁ

puri mla demands for shri mandir safety
Budget Session:ଗୃହରେ ଶ୍ରୀମନ୍ଦିର ତାତି, ବିଜେପିର ପ୍ରତିବାଦ

By

Published : Mar 29, 2022, 3:06 PM IST

Updated : Mar 29, 2022, 8:52 PM IST

ଭୁବନେଶ୍ବର: ବିଧାନସଭା ଗୃହରେ ଶ୍ରୀମନ୍ଦିର ତାତି । ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ବିକାଶ ନାଁରେ ଶ୍ରୀମନ୍ଦିରକୁ ମାଡ଼ି ଆସିଥିବା ବିପଦକୁ ପ୍ରଶ୍ନ ଉଠାଇଛି ବିଜେପି । ଏଣୁ ବିଧାନସଭାରେ ଏକ କମିଟି ଗଠନ କରିବା ପାଇଁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କରିଛନ୍ତି ।

ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ । ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି । ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ASI ଓ NMA କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ । ଏହାର ବାସ୍ତବତା ଜାଣିବା ପାଇଁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କଲେ । ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ବ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦାବି କଲେ ନରସିଂହ। ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ମାନଙ୍କ ପ୍ରତିବାଦ ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 29, 2022, 8:52 PM IST

ABOUT THE AUTHOR

...view details