ଓଡିଶା

odisha

By

Published : Jan 22, 2021, 10:03 PM IST

ETV Bharat / city

ଏଥର ଡିଜିଟାଲ ମୋଡରେ ଆଗତ ହେବ ଓଡିଶା ବଜେଟ

ପ୍ରଥମ ଥର ପାଇଁ ଓଡିଶା ବିଧାନସଭା ଡିଜିଟାଲ ମୋଡରେ ହେବ ପରିଚାଳିତ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଆର୍ଥିକ ବର୍ଷ 2021-22 ବଜେଟକୁ ଡିଜିଟାଲ ମୋଡରେ ଉପସ୍ଥାପନ କରିବେ । ଅଧିକ ପଢନ୍ତୁ..

ଡିଜିଟାଲ ମୋଡରେ ଆଗତ ହେବ ଓଡିଶା ବଜେଟ
ଡିଜିଟାଲ ମୋଡରେ ଆଗତ ହେବ ଓଡିଶା ବଜେଟ

ଭୁବନେଶ୍ବର: ଇତିହାସରେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭା ଡିଜିଟାଲ ମୋଡରେ ହେବ ପରିଚାଳିତ । ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ ଅନଲାଇନରେ ଚାଲିବ । ଏପରିକି ବଜେଟ ଆଗତ ମଧ୍ୟ ଡିଜିଟାଲ ମୋଡରେ ହେବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ଏବର୍ଷ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଆର୍ଥିକ ବର୍ଷ 2021-22 ବଜେଟକୁ ଡିଜିଟାଲ ମୋଡରେ ଉପସ୍ଥାପନ କରିବେ । ସମ୍ପୁର୍ଣ୍ଣ ପ୍ରକ୍ରିୟା ନ୍ୟାସନାଲ ଇ-ବିଧାନ ଆପ୍ଲିକେଶନ (NeVA) ମୋବାଇଲ ଆପ୍ଲିକେଶନରେ ହେବ ବୋଲି ବାଚସ୍ପତି କହିଛନ୍ତି ।

ନୂଆ ପ୍ରକ୍ରିୟା ଅଧିନରେ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଆଉ ମନ୍ତ୍ରୀ ନିଜର ମୋବାଇଲ ଫୋନର NeVA ଆପରେ ଉତ୍ତର ଦେବେ ।

ABOUT THE AUTHOR

...view details