ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା । ଏନେଇ ମଙ୍ଗଳବାର ଆଇନ ବିଭାଗ AOR (advocate on record) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କୋରାପୁଟ କୋଟିଆର 3 ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯିବ । ତେବେ ଆନ୍ଧ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରି ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରିଟ୍ ପିଟିସନ୍ ଦାଖଲ କରିବେ ବୋଲି ସୂଚନା ରହିଛି ।
ଏନେଇ ମଙ୍ଗଳବାର ରାଜ୍ୟ ସରକାର ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କୋରାପୁଟ କୋଟିଆର 3 ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯିବ ।