ଭୁବନେଶ୍ବର:ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର(Primary School Reopen Decision Many Withdraw In Odisha) । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଉପରେ ବିଚାର ବିମର୍ଷ କରାଯିବ ବୋଲିDMET ରମାରମଣ ମହାନ୍ତି କହିଛନ୍ତି।ତେଣୁ ଆସନ୍ତା ୩ ରେ ସ୍କୁଲ୍ ଖୋଲିନପାରେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ସେ କହିଛନ୍ତି ଯେ, ରାଜ୍ୟରେ କୋରୋନା ମାମଲା କମିଛି ହେଲେ ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି(ବୁଧବାର) ଆଉ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଓମିକ୍ରନ ମାମଲା ୯କୁ ବୃଦ୍ଧି ପାଇଛି । ସେପଟେ ସବୁ ସ୍ଥିତିର ମୁକାବିଲା କରି ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ (decision of opening primary schools may be changed)। ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ବଦଳା ଯାଇପାରେ ବୋଲି କହିଛନ୍ତି DMET ରମାରମଣ ମହାନ୍ତି । ପୂର୍ବ ସ୍ଥିତିକୁ ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେବେ ଓମିକ୍ରିନ ଆସିନଥିଲା କି ସଂକ୍ରମିତଙ୍କ ସଂଖ୍ୟା ବଢିନଥିଲା । ଏବେ ସଂଖ୍ୟା ବଢିଲାଣି ନିଷ୍ପତ୍ତି ବଦଳିପାରେ ବୋଲି କହିଛନ୍ତି DMET ।
ଏହା ମଧ୍ୟ ପଢନ୍ତୁ:-Primary Schools To Reopen: ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସକାଳ ୯ରୁ ୧୨ ଯାଏଁ ପାଠପଢା