ଓଡିଶା

odisha

ETV Bharat / city

ଫୋକସରେ ଛତିଶଗଡ ସୀମାନ୍ତ 10 ଜିଲ୍ଲା; ସାରା ରାଜ୍ୟରେ ନାଇଟ କର୍ଫ୍ୟୁ, ଫେରିଲା ସପ୍ତାହନ୍ତ ସଟଡାଉନ୍ - odisha govt

ଛତିଶଗଡ଼ ସୀମାରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ଆସନ୍ତା କାଲିଠାରୁ ନାଇଟ କର୍ଫ୍ୟୁ । ସନ୍ଧ୍ୟା ୬ ରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର । ଶନିବାର ଓ ରବିବାର ସହରାଞ୍ଚଳ ହେବ ସମ୍ପୂର୍ଣ୍ଣ ସଟଡାଉନ । ଅଧିକ ପଢନ୍ତୁ...

କୋଭିଡ ସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାଓ୍ବାରୀ ଦାୟିତ୍ବ
କୋଭିଡ ସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାଓ୍ବାରୀ ଦାୟିତ୍ବ

By

Published : Apr 15, 2021, 6:07 PM IST

Updated : Apr 15, 2021, 8:33 PM IST

ଭୁବନେଶ୍ବର :କୋଭିଡ ମୁକାବିଲା ନେଇ ରାଜ୍ଯ ସରକାରଙ୍କ ନୂଆ ରଣନୀତି । ଛତିଶଗଡ଼ ସୀମାରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ । ସନ୍ଧ୍ୟା ୬ ରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର । ଶନିବାର ଓ ରବିବାର ସହରାଞ୍ଚଳ ହେବ ସମ୍ପୂର୍ଣ୍ଣ ସଟଡାଉନ । ଗ୍ରାମାଞ୍ଚଳ ପାଇଁ ପୂର୍ବ ନିୟମ ଲାଗୁ ହେବ । ଓଡ଼ିଶାର ଅନ୍ୟ ସମସ୍ତ ସହରାଞ୍ଚଳରେ ରାତି ୯ଟା ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ।

ଫୋକସରେ ଛତିଶଗଡ ସୀମାନ୍ତ 10 ଜିଲ୍ଲା; ସାରା ରାଜ୍ୟରେ ନାଇଟ କର୍ଫ୍ୟୁ, ଫେରିଲା ସପ୍ତାହନ୍ତ ସଟଡାଉନ୍

ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା, ଶୋଭାଯାତ୍ରା ଉପରେ ସରକାର ଜାରି କଲେ କଟକଣା । ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତି ପାଳନ କରାଯିବ । ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛନ୍ତି ସରକାର । ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସିବେ ।

ସେହିପରି ଭାବେ ଗହଳି ଉପରେ ନଜର ରଖାଯିବ । ବସରେ ଛିଡାହୋଇ ଯିବାକୁ ବାରଣ କଲେ ସରକାର । ଓଭର ଲୋଡିଙ୍ଗ ଉପରେ ନଜର ରଖାଯିବ । ଟ୍ୟାକ୍ସିରେ ଦୁଇ ଜଣ ଯାତ୍ରୀ ଯିବାକୁ ଅନୁମତି ଦେଇଛନ୍ତି ସରକାର । ସିନେମା ହଲରେ ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି । ଅପେରା, ଯାତ୍ରାରେ ୧୦୦୦ ଲୋକଙ୍କୁ ଅନୁମତି । ସେହିପରି ସରକାରୀ ଦପ୍ତର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ବେସରକାରୀ ବା ବ୍ୟାଙ୍କ ଦପ୍ତରଗୁଡିକ କମ୍‍ କର୍ମଚାରୀରେ ଦପ୍ତର ଚଳାଇବାକୁ ନିର୍ଦ୍ଦେଶ ରହିଛି ।

ଏହାସହ ଜିଲ୍ଲା ଓ୍ବାରୀ ପର୍ଯ୍ୟବେକ୍ଷକ ଭାବେ ଦାଯିତ୍ବ ନେଲେ ପ୍ରଶାସନିକ ଅଧିକାରୀ । ବିଭିନ୍ନ ଜିଲ୍ଲାର ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ 14 ଆଇଏଏସ ଅଧିକାରୀଙ୍କୁ ମିଳିଛି ସ୍ବତନ୍ତ୍ର ଦାୟିତ୍ବ । ଦାୟିତ୍ବ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । 2 ରୁ 3 ଜିଲ୍ଲା ପାଇଁ କୋଭିଡ ସ୍ଥିତି ପର୍ଯ୍ୟବେକ୍ଷଣରେ ରହିବେ 2 ଜଣ ଲେଖାଏଁ ଆଇଏଏସ ଏଧିକାରୀ ।

ସେହିପରି ରାତ୍ରକାଳୀନ କର୍ଫ୍ୟୁ କଟକଣାରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜାରି ହୋଇଥିବା କଟକଣାରେ ପରିବର୍ତ୍ତନ କାରଯାଇଛି । ବିଶେଷ ପ୍ରଭାବିତ ଛତିଶଗଡ ସିମାନ୍ତ 10 ଜିଲ୍ଲାରେ ସଂନ୍ଧ୍ୟା 6 ରୁ ସକାଳ 5 ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଅବଧି ବଢାଯାଇଛି । ସେହିଭଳି ଅନ୍ୟ 20 ଜିଲ୍ଲାର ରାତି 9 ରୁ ସକାଲ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।

ସେହିପରି ଆନ୍ତରାଜ୍ୟ ବସ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି । ରାଜ୍ୟ ବାହାରକୁ ଯାଉଥିବା ସବୁ ବସର ପରମିଟକୁ ବାତିଲ କରାଯାଇଛି । ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ ଗୁଡିକରେ ଯାତ୍ରୀ ପରିମାଣ ମଧ୍ୟ କମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବସ ଭିତରେ ଛିଡା ହୋଇ ଯାତ୍ରୀ ପରିବହନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 15, 2021, 8:33 PM IST

ABOUT THE AUTHOR

...view details