ଓଡିଶା

odisha

ETV Bharat / city

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବରଗଡରେ 3ଟି ନୂତନ ଆରଆଇ ସର୍କଲ ଗଠନ

ବରଗଡ଼ ଜିଲ୍ଲାରେ ତିନୋଟି ନୂତନ ଆରଆଇ ସର୍କଲ- ତଳପାଲି, ଗୁଡେରପାଲି ଏବଂ ଡଙ୍ଗବାହାଲ ଗଠନ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୋମବାର ଘୋଷଣା କରାଯାଇଛି ।

By

Published : Jun 10, 2019, 11:46 PM IST

ଫାଇଲ ଫଟୋ

ଭୁବନେଶ୍ବର: ପୁଣି ଥରେ ବିଜେପୁରବାସୀଙ୍କୁ ଖୁସି ଖବର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ ଜିଲ୍ଲାରେ ତିନୋଟି ନୂତନ ଆରଆଇ ସର୍କଲ- ତଳପାଲି, ଗୁଡେରପାଲି ଏବଂ ଡଙ୍ଗବାହାଲ ଗଠନ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୋମବାର ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ୱିଟର@CMO_Odisha

ଏହାସହ ନବଗଠିତ ଆରଆଇ ସର୍କଲର ମୁଖ୍ୟାଳୟ ନିଜ ନିଜ ସ୍ଥାନରେ ରହିବ । ପୂର୍ବରୁ ଏଗୁଡିକ ଗାଇସିଲଟ୍‌ ସର୍କଲ ଅଧୀନରେ ରହିଥିଲା । ସେହିଭଳି ଗାଇସିଲଟ ଆରଆଇ ସର୍କଲର ମୁଖ୍ୟାଳୟ ଗାଇସିଲଟରେ ରଖାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ଗାଇସିଲଟ ତହସିଲ ଅଧୀନରେ 3ଟି ନୂଆ ଆରଆଇ ସର୍କଲ କରାଯିବ ବୋଲି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ପୁଣି ଥରେ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି । ଏଭଳି ସମୟରେ ଏହି ଘୋଷଣା ନବୀନଙ୍କ ଏକ ନିର୍ବାଚନୀ ଥୋପ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details