ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଜରୁରୀ ଚିକିତ୍ସା ପାଇଁ ନିଆଯାଇଛି ପଦକ୍ଷେପ। ଏପରିକି ବେସରକାରୀ ମେଡିକାଲରେ ବିନା ମୁଲ୍ୟରେ ଚିକିତ୍ସା କରିବା ପାଇଁ ସ୍ଥିର କରିଛନ୍ତି ସରକାର । ଚିକିତ୍ସା ବାବଦ ଅର୍ଥକୁ ରାଜ୍ୟ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ ରୁ ଭରଣା କରିବେ । ଏହି ଯୋଜନାକୁ ପ୍ରଥମେ ପ୍ରଥମେ କଟକ ଓ ଭୁବନେଶ୍ବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରରେ କାର୍ଯ୍ୟକାରୀ କରାଯିବ।
ଏହି ଯୋଜନାରେ ରାଜ୍ୟର ସମସ୍ତ ପ୍ରତିଷ୍ଠିତ ବେସରକାରୀ ହସ୍ପିଟାଲ ଯଥା ଆପୋଲ, ଆମ୍ରି, ଅଶ୍ଵିନୀ ହସ୍ପିଟାଲରେ ଉପଲବ୍ଧ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 4 କୋଟି ଟଙ୍କାର ରାସ୍ତା ସୁରକ୍ଷା ପାଣ୍ଠିରୁ ସ୍ଵାସ୍ଥ୍ୟ ବିଭାଗ ପ୍ରଦାନ କରାଯିବ । ନିୟମ ଅନୁସାରେ ଆହତ ବ୍ୟକ୍ତି ନିକଟସ୍ଥ ପ୍ରାଇଭେଟ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ପାଇଁ ଡିଏମଇଟିଙ୍କୁ ଜଣାଇବେ।