ଓଡିଶା

odisha

ETV Bharat / city

ରାଜ୍ୟ ସରକାର ସ୍ବଚ୍ଛତା ଅଭିଯାନକୁ କାର୍ଯ୍ୟକାରୀ କରୁନାହାନ୍ତି: BJP

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତିଙ୍କ (ସ୍ବଚ୍ଛ ଭାରତ ମିଶନ ଓଡିଶା ସଂଯୋଜକ) ସାମ୍ବାଦିକ ସମ୍ମିଳନୀ । ଦଳର ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକାରିତାକୁ ନେଇ ପ୍ରେସମିଟ୍‌ କରିଛନ୍ତି । ଅଧିକ ପଢନ୍ତୁ

Odisha government not implementing Swachhata abhiyan drive, alleged  BJP in press meet
ରାଜ୍ୟ ସରକାର ସ୍ବଚ୍ଛତା ଅଭିଯାନକୁ କାର୍ଯ୍ୟକାରୀ କରୁନାହାନ୍ତି: ବିଜେପି

By

Published : Apr 18, 2022, 8:35 PM IST

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତିଙ୍କ (ସ୍ବଚ୍ଛ ଭାରତ ମିଶନ ଓଡିଶା ସଂଯୋଜକ) ସାମ୍ବାଦିକ ସମ୍ମିଳନୀ । ଦଳର ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସ୍ବଚ୍ଛ ଭାରତ ମିଶନ(Swachhata abhiyan drive) କାର୍ଯ୍ୟକାରିତାକୁ ନେଇ ପ୍ରେସମିଟ୍‌ କରିଛନ୍ତି ।

ମହେଶ ମହାନ୍ତି କହିଛନ୍ତି, ରାଜ୍ୟର 1004ଟି ମଣ୍ଡଳରେ ସ୍ବଚ୍ଛତାକୁ କାର୍ଯ୍ୟକ୍ରମ କରୁଛି ବିଜେପି । ଯେଉଁଥିରେ ରହିଛି ମନ୍ଦିର ସଫେଇ, ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା, ପାଇଖାନା ହିତାଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ । ଜନ ସାମର୍ଥ୍ୟ ବଳରେ ଦେଶର ସମ୍ମାନ ବଢିଛି । ଦେଶର ସମସ୍ତ ଗାଁ ଓ ସହର ବାହ୍ୟ ମଳମୁକ୍ତ ହୋଇଛି । ଦେଶରେ 11.5 କୋଟିରୁ ଅଧିକ ଘରେ ଶୌଚାଳୟ ନିର୍ମାଣ ହୋଇଛି । 58 ହଜାରରୁ ଅଧିକ ଗାଁ ଏବଂ 23 ହଜାର 300ରୁ ଅଧିକ ସହର ଓଡିଏଫ ପ୍ଳସ ହୋଇ ସାରିଛନ୍ତି । ଗାଁ ଓ ସହରରେ 8.2 ଲକ୍ଷରୁ ଅଧିକ ଗୋଷ୍ଠୀ ସ୍ବଚ୍ଛତା ପରିସର ନିର୍ମାଣ ହୋଇଛି ।

ରାଜ୍ୟ ସରକାର ସ୍ବଚ୍ଛତା ଅଭିଯାନକୁ କାର୍ଯ୍ୟକାରୀ କରୁନାହାନ୍ତି: ବିଜେପି

ସେହିପରି ସେ କହିଛନ୍ତି, ସହରାଞ୍ଚଳରେ ବର୍ଜ୍ୟ ବସ୍ତୁ ଚାରି ଗୁଣ ବଢି 2013-14ରେ ଦୈନିକ 26 ହଜାର ଟନରୁ ଅଧିକ ବୃଦ୍ଧି ପାଇ 2021-22ରେ ଦୈନିକ 1 ଲକ୍ଷ ଟନ ବର୍ଜ୍ୟ ବସ୍ତୁ ନିଷ୍କାସନ ହେଉଛି । 2.5 ଲକ୍ଷ ବର୍ଜ୍ୟ ବସ୍ତୁ ସଂଗ୍ରହ ଗାଡି ମାଧ୍ୟମରେ 87 ହାଜରରୁ ଅଧିକ ସହରୀ ୱାର୍ଡରେ ବର୍ଜ୍ୟ ସଂଗ୍ରହ କରାଯାଇଛି । ଗୋବର୍ଦ୍ଧନ ଯୋଜନାରେ 232 ଜିଲ୍ଲାରେ 350ରୁ ଅଧିକ ବୟୋଗ୍ୟାସ ପ୍ଲାଣ୍ଟ ନିର୍ମାଣ ହୋଇଛି । ସୁଜଳ ଅଭିଯାନରେ ଗ୍ରେ ୱାଟର ପରିଚାଳନା ପାଇଁ 10 ଲକ୍ଷ ଗୋଷ୍ଠୀ ଏବଂ ଘରୋଇ ସୋକ-ପିଟ ନିର୍ମାଣ କରାଯିବା ସହ 1.4 ଲକ୍ଷ ଗାଁରେ ଜଳ ପରିଚାଳନା ଉନ୍ନତ ହୋଇଛି ।

ଏହାବ୍ୟତୀତ 39 ଐତିହ୍ୟ ସ୍ଥଳୀର ସ୍ବଚ୍ଛତା ଓ ରକ୍ଷଣାବେକ୍ଷଣ ମାନକରେ ସୁଧାର ଆସିଛି । କେନ୍ଦ୍ର ଯୋଜନା କରୁଥିବା ବେଳେ ଓଡିଶା ସରକାର ସଠିକ ଢଙ୍ଗରେ ଚଳାଉନାହାନ୍ତି । ସ୍ବଚ୍ଛତା ଅଭିଯାନକୁ ଅସ୍ବଚ୍ଛ କରିଛନ୍ତି ରାଜ୍ୟ ସରକାର । ନୟାଗଡ ଜିଲ୍ଲାରେ 200 ଘରକୁ ପାଇଖାନା ଦିଆଯାଇଛି । ବିଜେଡି କର୍ମୀଙ୍କୁ ଦଳୀୟ ଆଧାରରେ ପାଇଖାନା ବଣ୍ଟନ କରୁଛନ୍ତି ରାଜ୍ୟ ସରକାର । ନବୀନ ସରକାର ଠିକ ଢଙ୍ଗରେ ସ୍ବଚ୍ଛତା ଅଭିଯାନକୁ କାର୍ଯ୍ୟକାରୀ କରୁନାହାନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ଦେଉଥିବା ଯୋଜନାକୁ ଠିକ ଭାବେ ପରିଚାଳିତ ନକଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହେଶ । ଏଥିସହ ପ୍ରତି ବ୍ଲକରେ ଦଳ ବିକ୍ଷୋଭ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details