ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କ ତତ୍ପରତା, ବଢିଲା ଟୀକାକରଣ ଟାର୍ଗେଟ

କୋରୋନା ପ୍ରତିହିତ ପାଇଁ ପୁଣି ଆକ୍ସନ ମୋଡିରେ ରାଜ୍ୟ ସରକାର । ଅଧିକ ଟୀକାକରଣ ସହ ଟେଷ୍ଟିଂ ସଂଖ୍ୟା ବଢାଇବାକୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ..

ରାଜ୍ୟ ସରକାରଙ୍କ ତତ୍ପରତା, ବଢିଲା ଟୀକାକରଣ ଟାର୍ଗେଟ
ରାଜ୍ୟ ସରକାରଙ୍କ ତତ୍ପରତା, ବଢିଲା ଟୀକାକରଣ ଟାର୍ଗେଟ

By

Published : Mar 12, 2021, 9:32 PM IST

ଭୁବନେଶ୍ବର: ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ରହିଛି ଲକ୍ଷ୍ୟ। ରାଜ୍ୟରେ ଟୀକାକରଣକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି । ଏପଟେ ମେ 15 ସୁଦ୍ଧା ସମସ୍ତ ବରିଷ୍ଠ ନାଗରିକ ଙ୍କ ଟୀକାକରଣ ସରିବା ନେଇ ଟାର୍ଗେଟ ଅଛି ।

ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କ ଟିକା ଦେବା ଲକ୍ଷ୍ୟ ପୂରଣ ପାଇଁ ଦୈନିକ 30 ହଜାର ଟେଷ୍ଟ କରାଯାଉଛି । ହେଲେ ଏବେ 7300 ଆରଟିପିସିଆର ଟେଷ୍ଟ ପାଇଁ ଲକ୍ଷ୍ୟ ଅଛି । ମେ ୧୫ ସୁଦ୍ଧା ସବୁ ବୟସ୍କଙ୍କ ଟୀକାକରଣ ସାରିବା ପାଇଁ ଲକ୍ଷ୍ୟ ଅଛି। ଏଥିରେ ଜଣେ ସ୍ବତନ୍ତ୍ର ସଚିବ ଓ 6 ଜଣ ସିନିୟର ଡାକ୍ତରଙ୍କୁ 5 ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ର ଓ କେରଳ କଟକଣା ଲାଗିରହିଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରେନରେ ସମସ୍ତ ଯାତ୍ରୀଙ୍କୁ ଟ୍ରାକ କରାଯାଉଛି। କୋରୋନା ପ୍ରବଣ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ଆଣିବାକୁ ହେବ । ଲକ୍ଷଣ ଥିବା ଲୋକଙ୍କୁ ସେମାନଙ୍କ ଷ୍ଟେସନରେ ଟେଷ୍ଟ କରାଯିବ ।

ଶୁକ୍ରବାର କୋରୋନା ସଂକ୍ରମଣ 23 ହଜାରରେ ପହଞ୍ଚିଛି । ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବୃଦ୍ଧି ହୋଇଛି | କେରଳ ଓ ମହାରାଷ୍ଟ୍ର ଆମର ପ୍ରତିବନ୍ଧକ ରହିଛି, ଅନ୍ୟ କେଉଁ ରାଜ୍ୟକୁ କରାଯିବ ପରମର୍ଶ ନେବା ପରେ ଜଣାପଡିବ । ବିମାନବନ୍ଦରରେ ଚେକ କରାଯାଉଛି | ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଇ ଆସୁଛନ୍ତି | ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କ ଚେକିଂ କରାଯାଉଛି | ଟ୍ରେନରେ ଯେଉଁମାନେ ଆସିବେ , ସେମାନଙ୍କ ଲକ୍ଷଣ ରହିଥିଲେ ତାଙ୍କର ଆରଟିପିସି ଆର ଟେଷ୍ଟ କରାଯିବ । ଯଦି ପଜିଟିଭ ବାହାରେ ତେବେ ଆଇସୋଲେସନ, କୋଭିଡ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନରେ ରଖାଯିବ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details