ଭୁବନେଶ୍ବର/କଟକ: ରାଜ୍ୟରେ ବନ୍ୟା ଆଶଙ୍କା ରହିଛି। ମହାନଦୀ ଉପରମୁଣ୍ଡରେ 200 ମିଲିମିଟର ବର୍ଷା ହୋଇଛି। ବର୍ତ୍ତମାନ ସ୍ଥିତିରେ ହୀରାକୁଦ ପାଖରେ 8 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବ। 6 ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି ।
ମହାନଦୀରେ ବଡଧରଣର ବନ୍ୟା ଆଶଙ୍କା ଏହାସହ ହୀରାକୁଦରେ 24ଟି ଗେଟ୍ ଖୋଲାଥିବାବେଳେ ପର୍ଯ୍ୟାୟକ୍ରମେ 36ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି । ସେହିପରି ହୀରାକୁଦରୁ 6 ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯିବ । ହୀରାକୁଦଠାରୁ ମୁଣ୍ଡଳୀ ଯାଏ ପାଣି ଆସିବାକୁ 36ରୁ 48 ଘଣ୍ଟା ଲାଗିଥାଏ। ହେଲେ ବର୍ତ୍ତମାନ ସ୍ଥିତିରେ ମୁଣ୍ଡଳୀକୁ 36 ଘଣ୍ଟାରେ ପାଣି ଆସିବ । ହୀରାକୁଦ ଜଳ ସହ ଅନ୍ୟ ରିଜରର୍ଭରକୁ ମିଶାଇ 10 ଲକ୍ଷରୁ ସାଢେ 10 ଲକ୍ଷ ଜଳ ମୁଣ୍ଡଳୀ ନିକଟରେ ପ୍ରବାହିତ ହେବ। ଫଳରେ ମଧ୍ୟମରେ ବଡଧରଣର ବନ୍ୟା ଆଶଙ୍କା କରାଯାଉଥିବା ସେ କହିଛନ୍ତି ।
ମହାନଦୀରେ ବନ୍ୟା ଆଶଙ୍କା, ମୁଣ୍ଡଳୀରେ ପ୍ରବାହିତ ହେବ ୧୦ ଲକ୍ଷ କ୍ୟୁସେକ ଜଳ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ଆଶଙ୍କା କରାଯାଉଛି। ଭାର୍ଗବୀ, ଦୟା ଆଦି ସ୍ଥାନରେ ବରିଷ୍ଠ ଅଧିକାରୀ ମାନେ ସତର୍କ ଦୃଷ୍ଟି ରଖିଛନ୍ତି। ବୈତରଣୀରେ ବିପଦ ସଂକେତ ଥିଲେ ବି ଗତକାଲିଠାରୁ ଜଳସ୍ତର କମୁଛି। ବ୍ରାହ୍ମଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତେଣୁ ଆମେ ରେଙ୍ଗାଲି ଡ୍ୟାମର 4ଟା ଗେଟ ଖୋଲିଛୁ ବୋଲି ସେ କହିଛନ୍ତି ।
ବରୀରେ 10ଟି ବନ୍ଧରେ ଘାଇ ହୋଇଛି। ଦତ୍ତପୁରରେ ଗୋଟିଏ ଘାଇ ହୋଇଛି। ପାଣି କମିଲେ, ମରାମତି ହେବ। ସୁବର୍ଣ୍ଣରେଖା ଉପରମୁଣ୍ଡ ଗାଲୁଡି ବ୍ୟାରେଜରୁ ଗତକାଲି ପାଣି ଛଡା ହୋଇଥିଲା। ସେଠି 11.2 ଯାଏ ବିପଦ ସଂକେତ ଯିବ। ବୁଢାବଳଙ୍ଗ ବିପଦ ସଂକେତ ତଳେ ଅଛି। ସୁବର୍ଣ୍ଣରେଖା ପାଇଁ ବାଲିଆପାଳର 10 ପଞ୍ଚାୟତ, ଭୋଗରାଇର 5 ପଞ୍ଚାୟତ ବନ୍ୟା ଘେରକୁ ଆସିବ। ତେବେ ପାଣି ବଢିଲେ, ଆହୁରି ଅଞ୍ଚଳ ବନ୍ୟା ଘେରକୁ ଆସିବ ବୋଲି ସେ ଆଶଙ୍କା କରିଛନ୍ତି ।
ତେବେ ନରାଜ ଦାୟିୟତ୍ୱରେ ଥିବା ଯନ୍ତ୍ରୀ ଦେବ ଦାସ ଏନେଇ କହିଛନ୍ତି, ମୁଣ୍ଡଳୀରେ ଏବେ ୭ ଲକ୍ଷ ୧୧ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନାରାଜରେ ୩ ଲକ୍ଷ ୫୨ ହଜାରରୁ ଅଧିକ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ସବୁଠାରୁ ବଡ଼ କଥା ହେଉଛି ହୀରାକୁଦ ଛାଡିଥିବା ବନ୍ୟାଜଳ ପହଞ୍ଚି ନାହିଁ। ଏହା ପହଁଚିଲେ ମୁଣ୍ଡଳୀରେ ବନ୍ୟାଜଳ ବୃଦ୍ଧି ପାଇବ। ପ୍ରାୟ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେବ। ଯାହାକି ମଧ୍ୟମରୁ ବଡ଼ ବନ୍ୟାର ଆଶଙ୍କା ରହିଛି। ତଳିଆ ଅଞ୍ଚଳ ପ୍ରତି ବିପଦ ମଧ୍ୟ ରହିଛି। ତେବେ ରାତି ସୁଦ୍ଧା ଏହି ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବାର ସମ୍ଭାବନା ରହିଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, କଟକରୁ ନାରାୟଣ ସାହୁ, ଇଟିଭି ଭାରତ