ଭୁବନେଶ୍ବର: ଗତ 10 ତାରିଖରେ କ୍ୟାବିନେଟରେ ରାଜ୍ୟ ସରକାର ଚାକିରି ବୟସ ସୀମା 32 ରୁ 38 ବର୍ଷକୁ ବୃଦ୍ଧିକୁ ରାଜନୈତିକ ଚାଲ୍ କହିଲା କଂଗ୍ରେସ । କେବଳ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ଏହି ଥୋପ ପକାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଯେ, 50 ରୁ ଅଧିକ ମାମଲାର ଶୁଣାଣି କରି ଆଉଟ ସୋର୍ସିଂ ପିଲାଙ୍କୁ ସ୍ଥାୟୀ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । ହେଲେ ରାଜ୍ୟ ସରକାର ଏହାକୁ ଟାଇମ ବାଉଣ୍ଡ ଅପିଲ କରିବା ପାଇଁ ସବୁ ବିଭାଗକୁ ଚିଠି ଲେଖିଛନ୍ତି । କାରଣ କମ୍ପାନୀ ପ୍ରିତିରେ ରାଜ୍ୟ ସରକାର ଆଉଟ ସୋର୍ସିଂ ବନ୍ଦ ନ ହେଉ ବୋଲି ଚାହୁଁଛନ୍ତି । ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ ।