ଓଡିଶା

odisha

ETV Bharat / city

ଗୁଜରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ - ଓଡିଶା କଂଗ୍ରେସ

ପୁଣି ତେଜିଲା ଓଡିଶା କଂଗ୍ରେସରେ ପିସିସି ପରିବର୍ତ୍ତନ ନାରା । 13 ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ଅଧିକ ଖବର ପଢନ୍ତୁ...

ଗୁଜରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ
ଗୁଜରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ

By

Published : Jul 12, 2020, 6:49 PM IST

ଭୁବନେଶ୍ବର: ଗୁଜରାଟରେ ସାଙ୍ଗଠନିକ ପରିବର୍ତ୍ତନ ପରେ ଓଡିଶାରେ ବି ହୋଇପାରେ ପିସିସି ପରିବର୍ତ୍ତନ । ଗତ କିଛିଦିନ ଧରି ଏହି ଚର୍ଚ୍ଚା ଚାଲିଥିବା ବେଳେ ଗୁଜରାଟରେ ଘୋଷଣା ପରେ ଓଡିଶା କଂଗ୍ରେସ ମଧ୍ୟ ପ୍ରସ୍ତୁତ ହୋଇଗଲାଣି। ଏନେଇ ଆରମ୍ଭ ହେଲାଣି ଦାବି। ବରିଷ୍ଠ ନେତା ଏନେଇ ଆଶା ବାନ୍ଧିଲେଣି।

ଗୁଜରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ

13 ବରିଷ୍ଠ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ସେଥିମଧ୍ୟରୁ ନରସିଂହ ମିଶ୍ର , ଶରତ ରାଉତ , ଭକ୍ତ ଦାସ , ପ୍ରଦୀପ ମାଝୀଙ୍କ ନାଁ ଆଗରେ ରହିଛି । ଜଣେ ଯୁବ ନେତାଙ୍କୁ ଦାୟିତ୍ବ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ବ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖି ନେତୃତ୍ବ ପରିବର୍ତ୍ତନର ଆବଶ୍ୟକତା ରହିଛି। ବିରୋଧୀଦଳ ଭାବେ ମୁକାବିଲା କରିବା ପାଇଁ ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ରହିଛି।

ସଂଗଠନକୁ ଆଗକୁ ନେବା ଭଳି କ୍ଷମତା ଥିବା ଜଣେ ନେତାଙ୍କୁ ଦାୟିତ୍ବ ଦେବା ଆବଶ୍ୟକ। ସବୁ କିଛି ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ମତ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details