ଭୁବନେଶ୍ବର:ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା (Odisha CM Sanctions Rs.78 Lakh from CMRF for 13 Institutions Run by Missionaries of Charity) ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମିଶନାରିଜ ଅଫ ଚାରିଟି ଦ୍ବାରା ପରିଚାଳିତ ହେଉଥିବା ଏହି 13 ଟି ଅନୁଷ୍ଠାନ ପ୍ରତି ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୭୮ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।