ଓଡିଶା

odisha

ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ମନରେଗା ବକେୟା ଦେବାକୁ ଦାବି - Release Pending MGNREGS Funds

ମନରେଗା ଯୋଜନାରେ(MGNREGS) କେନ୍ଦ୍ର ଉପରେ ଥିବା ବକେୟା ମିଳିବାରେ ବିଳମ୍ବ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

Odisha CM Naveen patnaik Urges PM Modi To Release Pending MGNREGS Funds
ମନରେଗା ବକେୟା ଟଙ୍କା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

By

Published : Nov 1, 2021, 8:57 PM IST

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା ଯୋଜନାରେ(MGNREGS) କେନ୍ଦ୍ର ଉପରେ ଥିବା ବକେୟା ମିଳିବାରେ ବିଳମ୍ବ ହେଉଥିବା ଚିଠିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ମନରେଗା ବକେୟା ଟଙ୍କା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ବିଭିନ୍ନ ଯୋଜନାରେ ରାଜ୍ୟର ଟଙ୍କା ବକେୟା ରଖିଛି କେନ୍ଦ୍ର । ରାଜ୍ୟର ଟଙ୍କା ଦେବାରେ ବିଳମ୍ବ କରୁଛି କେନ୍ଦ୍ର । ମନରେଗା ଯୋଜନାରେ ରାଜ୍ୟର ୧୦୮୮.୭୨ କୋଟିର ବକେୟା ଟଙ୍କା ରଖିଛି କେନ୍ଦ୍ର । ଫଳରେ ଶୀଘ୍ର ଟଙ୍କା ଦେବା ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋଭିଡ ସଙ୍କଟରେ ବହୁ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ମନରେଗା ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ନବୀନ । ୨୦୨୧-୨୨ରେ ମନରେଗା ଶ୍ରମ ଦିବସ ୨୫ କୋଟିକୁ ବୃଦ୍ଧି ହେବାର ସମ୍ଭାବନା ଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details