ଓଡିଶା

odisha

ETV Bharat / city

ଅନାଥାଶ୍ରମରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ - ଅନାଥ ପିଲାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦୀବାବଳି

ଚଳିତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେ ନିଆରା ଢଙ୍ଗରେ ପିଲାଙ୍କ ପାଳନ କରିବେ ଦୀପାବଳି । ଏହାସହ ସବୁ ଜିଲ୍ଲାପାଳ ମଧ୍ୟ ନିଜ ଜିଲ୍ଲାର ଥିବା ଅନାଥାଶ୍ରମ ଯାଇ ଦୀପାବଳୀ ପାଳିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

ଅନାଥ ପିଲାଙ୍କ ସହିତ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ

By

Published : Oct 27, 2019, 1:45 PM IST

ଭୁବନେଶ୍ବର: ସୁଖ ସମୃଦ୍ଧି ଓ ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନରେ ସମସ୍ତେ ମସଗୁଲ। ତେବେ ଏଥିରୁ କେମିତି ବା ବର୍ତ୍ତିଥାନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଏହି ପର୍ବକୁ ଟିକେ ନିଆରା ଢଙ୍ଗରେ ବେସାହାରା ପିଲାଙ୍କ ସହ ସମୟ ଅତିବାହିତ କରି ପାଳନ କରିବେ।

ସୂଚନା ଅନୁଯାୟୀ, ରାଜଧାନୀର SOS ଭିଲେଜ ଯାଇ ସେଠାକାର ଅନ୍ତେବାସୀଙ୍କ ସହିତ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ। ସେହିଭଳି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏସପି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ମଧ୍ୟ ଦୀପାବଳି ଅନାଥ ପିଲାଙ୍କ ସହିତ ପାଳିବା ପାଇଁ ସେ କହିଛନ୍ତି।

ସବୁ ଜିଲ୍ଲାପାଳ ମଧ୍ୟ ନିଜ ଜିଲ୍ଲାର ଥିବା ଅନାଥାଶ୍ରମ ଯାଇ ଦୀପାବଳି ପାଳିବେ। ପୋଲିସ ଡିଜି, ସବୁ ଏସପି ମଧ୍ୟ ବାଟାଲିୟନ ଯାଇ ସେମାନଙ୍କ ସହିତ ଦୀପାବଳି ପାଳିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ମୁହଁରେ ଖୁସି ହିଁ ପ୍ରକୃତ ଦୀପାବଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details