ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେବେ ତାକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ଅଯୋଧ୍ୟା ରାୟ, ସୁପ୍ରିମ୍କୋର୍ଟଙ୍କ ରାୟକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - Odisha CM appeal to everyone to accept the judgement
ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେବେ ତାକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଫାଇଲ ଫଟୋ
ଏହାସହ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ମଧ୍ୟ ସେ ଟ୍ବିଟ୍ କରି କହିଛନ୍ତି । ଭାଇଚାରା ଆମର ପରିଚୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଗତଶୁକ୍ରବାର ଟ୍ବିଟ୍ କରି ଦେଶବାସୀଙ୍କୁ ଶାନ୍ତି ଓ ସୁପ୍ରିମକୋର୍ଟଙ୍କ ରାୟ ପ୍ରତି ସମ୍ମାନ ଜଣାଇବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।