ଓଡିଶା

odisha

ETV Bharat / city

ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ କେନ୍ଦ୍ରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - odisha chief secretary

ସକାଳୁ ସକାଳୁ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଓଡିଶା ପ୍ରତି ‘ବୁଲବୁଲ’ର ପ୍ରଭାବ କିପରି ରହିବ, ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସହ ସେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 9, 2019, 10:17 AM IST

ଭୁବନେଶ୍ବର: ସକାଳୁ ସକାଳୁ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ନେଇ ବର୍ଷା ପବନ ସ୍ଥିତିର ସମୀକ୍ଷା କଲେ ।

ଓଡିଶା ପ୍ରତି ‘ବୁଲବୁଲ’ର ପ୍ରଭାବ କିପରି ରହିବ, ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସଙ୍କ ସହ ସେ ଆଲୋଚନା କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ କେନ୍ଦ୍ରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସୂଚନା ଥାଉକି, ପାରାଦୀପ ଠାରୁ ମାତ୍ର 130 କିମି ଦୂରରେ ରହିଛି ‘ବୁଲବୁଲ’ । ଘଣ୍ଟାପ୍ରତି 7 କିମି ବେଗରେ ଗତି କରୁଛି । 9 ତାରିଖ ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗର ସାଗର ଦୀପ ଏବଂ ବାଂଲାଦେଶର ଖେପାପୁରା ମଧ୍ୟରେ ସୁନ୍ଦରବନ ତ୍ରୀକୋଣ ଭୂମିରେ ଏହା ସ୍ଥଳଭାଗ ଛୁଇଁବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details