ଭୁବନେଶ୍ବର: ରାକ୍ଷୀ ଭାଇ ଭଉଣୀ ସମ୍ପର୍କର ସାକ୍ଷୀ । ଭାଇ ହାତରେ ଭଉଣୀର ସେନେହ ଡୋରୀ ହେଉଛି ରାକ୍ଷୀ । ରାଗ, ଋଷା, ମାନ ଅଭିମାନ ଭରା ସୁନ୍ଦର ସମ୍ପର୍କର ସୁରକ୍ଷା ଡୋରି ହେଉଛି ରାକ୍ଷୀ । ଭାରତୀୟ ପରମ୍ପରାରେ ଆଜି ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଏ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟ କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ମାସକ ଆଗରୁ ବଜାର ମେଲି ଥିବା ରାକ୍ଷୀ ପସରାରୁ ବାଛି ବାଛି ଭାଇ ପାଇଁ ରାକ୍ଷୀ କିଣି ସାଇତି ରଖେ ଭଉଣୀ । ଆଉ ଚାତକ ପରି ଦିନଟିକୁ ଚାହିଁ ରହିଥାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ପୁରାଣ, କିମ୍ବଦନ୍ତୀ ସହ ଜଡିତ । ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ । ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।
ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ରକ୍ଷା ବନ୍ଧନ ଉତ୍ସବ । ପୂଜା ଥାଳିରେ ଫୁଲ, ଚନ୍ଦନ, ଅରୁଆ ଚାଉଳ ସହ ଦୁବ ଆଉ ଦୀପ ସଜେଇ ଭାଇକୁ ବନ୍ଧାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ଖାଲି ସେତିକି ନୁହେଁ ଗହ୍ମା ପୂର୍ଣ୍ଣିମା ପାଇଁ ଘରେ ଘରେ ପିଠା ପଣାର ଆସର ଜମିଛି । ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିଛନ୍ତି ଭଉଣୀ । ଆଉ ବଦଳରେ ଉଭଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛି ଭାଇ ।
ମିଠା ଦୋକାନରେ ଭିଡ...