ଓଡିଶା

odisha

ETV Bharat / city

ଅପରାହ୍ନରେ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର - ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର । ଅଧିକ ପଢନ୍ତୁ

ଅପରାହ୍ନରେ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
ଅପରାହ୍ନରେ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

By

Published : Oct 15, 2022, 1:51 PM IST

ଭୁବନେଶ୍ବର: ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ(Odisha Cabinet meeting to be held today) ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ମାରିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀମାନେ ଲୋକସେବା ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ପ୍ରାୟ 10ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିପାରେ ।

ଆଇନ, ସାଧାରଣ ପ୍ରଶାସନ, ସଂସ୍କୃତି ଏବଂ ପର୍ଯ୍ୟଟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଯୋଜନା ଏବଂ ସଂଯୋଜନା, ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁର ହୋଇପାରେ । ମାସକ ମଧ୍ୟରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ ବୋଲି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କ୍ୟାବିନେଟର ନିଷ୍ପତ୍ତି ହୋଇପାରେ ବୋଲି ସମ୍ଭାବନା ରହିଛି ।

ସେପ୍ଟେମ୍ବର 22 ତାରିଖରେ ହୋଇଥିବା ଗତ କ୍ୟାବିନେଟ ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଜଳ ସମ୍ପଦ, ଆଇନ, ସୂଚନା ଏବଂ ପ୍ରଯ୍ୟୁକ୍ତି ବିଦ୍ୟା, କ୍ରୀଡ଼ା ଏବଂ ଯୁବ ସେବା, ପର୍ଯ୍ୟଟନ, ଶିଳ୍ପ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଅବକାରୀ, ଗୃହ, ପୂର୍ତ୍ତ ଓ ଖଣି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details