ଭୁବନେଶ୍ୱର: ଉପସ୍ଥାପିତ ହୋଇଯାଇଛି ବର୍ଷ 2019-20 ପାଇଁ ରାଜ୍ୟର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଗତ କଲେ ବଜେଟ । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ମହିଳା ସଶକ୍ତିକରଣ, ଜନଜାତିର ବିକାଶ, ସହ କୃଷି ଓ ଚାଷୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ ।
ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ...
- କୃଷି ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶରେ ସବୁଠାରୁ ଦୃତ ଗତିରେ ଦାରିଦ୍ର୍ୟ ଦୂରୀକରଣ ଓଡିଶାରେ ସମ୍ଭବ ହୋଇଛି । ବିଗତ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ 80 ଲକ୍ଷ ଲୋକ ଦାରିଦ୍ର୍ୟ ସାମାରେଖା ଉପରକୁ ଆସିପାରିଛନ୍ତି । ଜନସଂଖ୍ୟାର 50 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ଭାରତରେ ସର୍ବାଧିକ 5ଟି କୃଷି କର୍ମଣ ପୁରସ୍କାର ପାଇବାରେ ସଫଳ ଆମ ରାଜ୍ୟ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । 2014ରେ ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ସରକାର ପ୍ରତିଶୃତି ବଦ୍ଧ ହୋଇଥିଲେ ଓ ଆମେ ଆମର ଲକ୍ଷ୍ୟର ନିକଟବର୍ତ୍ତୀ । ଏହି ଲକ୍ଷ ଏପ୍ରିଲ 2019 ସୁଦ୍ଧା ହାସଲ କରାଯିବ ।
କୃଷିର ବିକାଶ ସଭିଙ୍କ ବିକାଶ, ସ୍ୱଭାବ କବି ପଡିଲେ ମନେ...
- ରାଜ୍ୟରେ କୃଷିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସରକାର "କାଳିଆ" (krush Assistance for Livelihood and Income Augmentation) ନାମକ ଏକ ଐତିହାସକ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେର କୃଷିର ପ୍ରଶଂସା କରି ଗାଇ ଉଠିଛନ୍ତି "କୃଷି କଲେ ଉନ୍ନତ ସକଳ ଉନ୍ନତି । କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା ଅନ୍ୟ ଗତି ହେ ।