ଓଡିଶା

odisha

ETV Bharat / city

ଓଡିଶା ବଜେଟ: ପର୍ଯ୍ୟଟନର ବିକାଶ ପାଇଁ 401 କୋଟି - ବଜେଟ 2020 ଓଡିଶା

ଓଡିଶାକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି । ଏନେଇ ପର୍ଯ୍ୟଟନ ବିଭାଗକୁ ବିଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟରେ 2 ଗୁଣା ଅର୍ଥ ବ୍ୟୟବରାଦ କରାଯାଇଛି ।

odisha budget
odisha budget

By

Published : Feb 18, 2020, 8:37 PM IST

ଭୁବନେଶ୍ବର: 20-21ପାଇଁ ରାଜ୍ୟ ସରକାର ପୂର୍ଣ୍ଣଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଓଡିଶାକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି । ଏହି ବଜେଟରେ ତାଙ୍କର ସ୍ବପ୍ନକୁ ଚରିତାର୍ଥ କରିବା ପାଇଁ ପର୍ଯ୍ୟଟନ ବିଭାଗରେ ବିଗତ ଆର୍ଥିକ ବର୍ଷ ତୁଳନାରେ 2 ଗୁଣିତ କରି 1ଶହ 94କୋଟି ଟଙ୍କାରୁ 4ଶହ 1କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେଥି ମଧ୍ୟରୁ ପ୍ରାୟ ଅଧା ପାଣ୍ଠି ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମିର ସୃଷ୍ଟି ଓ ପରିଚାଳନା ପାଇଁ ରହିଛି ।

ସମଲେଶ୍ବରୀ ମନ୍ଦିର, ହୀରାକୁଦ ବନ୍ଧ ସମେତ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ପୁରାତନ କୀର୍ତ୍ତିରାଜିର ଉନ୍ନତି ପାଇଁ ଏକ ନୂତନ ଯୋଜନା ନିମନ୍ତେ ପୂର୍ତ୍ତ ବିଭାଗ ଅଧିନରେ 50କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଶାମୁକା ବେଳାଭୂମି ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ 80 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details