ବଜେଟରେ ଜଳସେଚନକୁ ଗୁରୁତ୍ବ, ପ୍ରତିଘରେ ପହଞ୍ଚିବ ପାନୀୟଜଳ - odisha budget
ବିଧାନସଭାରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ । ବଜେଟରେ ଜଳସେଚନକୁ ଗୁରୁତ୍ବ ।
ଡିଜାଇନ ଫଟୋ
ଭୁବନେଶ୍ବର: ବିଧାନସଭାରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ । ବିଧାନସଭାରେ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ଜଳସେଚନକୁ ଗୁରୁତ୍ବ ଦିଆଯାଇଛି । ପ୍ରତି ଘରେ ପାନୀୟ ଜଳ ପହଞ୍ଚିବା ନେଇ ବ୍ୟବସ୍ଥା କରାଯାଇଛି ।
- ପାଇପ ଯୋଗେ ଘରେ ଘରେ ଯୋଗାଯିବ ପାଣି
- ନଗରାଞ୍ଚଳରେ ଜଳ ଯୋଗାଣ ପାଇଁ ୩୮୫ କୋଟି
- ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ୫୦୦ କୋଟି
- ଜଳ ପରୀକ୍ଷା ନିଶ୍ଚିତ କରିବାକୁ ପରୀକ୍ଷାଗାର
- 372 କୋଟି ବ୍ୟୟ ଅଟକଳ ବ୍ରହ୍ମପୁର ଜଳସେଚନ ବ୍ୟବସ୍ଥା
- ପାଇପ ଯୋଗେ ପାଣି ପାଇଁ ବକ୍ସି ଜଗବନ୍ଧୁ ଯୋଜନା
- ଏହି ଯୋଜନା ଜରିଆରେ 2740 କୋଟି ଗ୍ରାମାଞ୍ଚଳ ପାଇଁ ଦିଆଯାଇଛି
- ଖଣିଜ ସମ୍ପଦ ଜିଲ୍ଲାକୁ 450 କୋଟି ଅଟକଳରେ ଜଳଯୋଗାଣ