ଓଡିଶା

odisha

By

Published : Aug 24, 2019, 8:45 PM IST

ETV Bharat / city

ଜେଟଲୀଙ୍କ ବିୟୋଗରେ ରାଜ୍ୟ ବିଜେପିର କର୍ମଶାଳା ସ୍ଥଗିତ

ନିର୍ବିବାଦୀୟ ନେତା, ବିରୋଧିଙ୍କ ପ୍ରଶଂସାର ପାତ୍ର ଥିବା ପୂର୍ବ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ବିୟୋଗ ଘଟିଛି । ଏପଟେ ରାଜ୍ୟ ବିଜେପି ଅଗଷ୍ଟ 25ରେ ଆୟୋଜନ କରିବାକୁ ଥିବା ଦଳୀୟ କର୍ମଶାଳାକୁ ସ୍ଥଗିତ ରଖିଛି ।

ଫାଇଲ ଫଟୋ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଅଗଷ୍ଟ 25 ତାରିଖରେ ହେବାକୁ ଥିବା ରାଜ୍ୟ ବିଜେପିର କର୍ମଶାଳାକୁ ସ୍ଥଗିତ ରଖାଯାଇଛି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ନିର୍ବାଚନ ପାଇଁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସ୍ଥଗିତ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅରୁଣ ଜେଟଲୀ ବାଜପେୟୀ ଏବଂ ମୋଦିଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଅର୍ଥ, ପ୍ରତିରକ୍ଷା, ଆଇନ ପରି ସର୍ବୋଚ୍ଚ ବିଭାଗର ଦାୟିତ୍ବରେ ଥିଲେ ଅରୁଣ । ବିଜେପିର ଏହି ବରିଷ୍ଠ ନେତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି । ତେଣୁ ରବିବାର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଜେପିର କର୍ମଶାଳାକୁ ସ୍ଥଗିତ ରଖାଯାଇଛି ।

କାର୍ଯ୍ୟକ୍ରମ କେଉଁ ତାରିଖରେ ହେବ ତାହା ଧାର୍ଯ୍ୟ ହୋଇନଥିବା ବେଳେ ଆଗାମୀ ସମୟରେ ଜଣାଇ ଦିଆଯିବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details