ଭୁବନେଶ୍ବର:ମନ୍ତ୍ରୀ ପ୍ରତାପ ଜେନା ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଚୋର ମୁହଁ ଟାଣ। ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲା ଯାଇଥିଲେ ବି ତଥ୍ୟ ଏମାନେ ଭରିଲେ ନାହିଁ ।
ବିଜେଡିର ନେତାଙ୍କୁ ଏବେ ନିର୍ବାଚନ ପାଇଁ ଗାଁକୁ ଗଲାବେଳେ ଲୋକେ ପଚାରୁଛନ୍ତି । ଏଥିରୁ ବର୍ତ୍ତିବା ଲାଗି ଚିଠି ଲେଖାର ନାଟକ କରୁଛନ୍ତି ବାବୁ ପ୍ରତାପ ଜେନା । ଲୋକେ ବିଜେଡିର ନାଟକ ବୁଝି ଗଲେଣି ଏହାର ଜବାବ ନିଶ୍ଚିତ ଦେବେ ।
ପ୍ରଧାନମନ୍ତ୍ରୀ ଓଡିଶାକୁ 17 ଲକ୍ଷ ଘର ଦେଲେ ଏବଂ ଏହାପରେ 7ଥର ଆବାସ ପ୍ଲସ ପୋର୍ଟାଲ ଖୋଲା ରଖିଲେ । ତେବେ ବିଜେଡି ସରକାର ତଥ୍ୟ ଦେଲେ ନାହିଁ । ଏପଟେ ବାବୁ ମାନେ କାହିଁକି ତଥ୍ୟ ଭରିଲେ ନାହିଁ ଏହାର ଉତ୍ତର ଦିଅନ୍ତୁ ।