ଓଡିଶା

odisha

ETV Bharat / city

କମାଲ କରୁଛି ଓଡିଶାର ଷ୍ଟାର୍ଟଅପ: ୪ ବର୍ଷରେ ୧୦୦ କୋଟିର କମ୍ପାନୀ - ଓଡ଼ିଶା

୪ ବର୍ଷରେ ୧୦୦ କୋଟିର କମ୍ପାନୀ । ଆଇ ସର୍ଭ ୟୁ ନାମଙ୍କ ଏହି କମ୍ପାନୀ ୫ ଜଣରୁ ଆରମ୍ଭ ହୋଇ ଏବେ ୯୦ ଜଣରେ ପହଞ୍ଚିଛି । ଆଉ କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶାର ଏହି କମ୍ପାନୀ । ଅଧିକ ପଢନ୍ତୁ..

କମାଲ କରୁଛି ଓଡ଼ିଶାର ଷ୍ଟାଟଅପ୍ :୪ ବର୍ଷରେ ୧୦୦ କୋଟି ର କମ୍ପାନୀ
କମାଲ କରୁଛି ଓଡ଼ିଶାର ଷ୍ଟାଟଅପ୍ :୪ ବର୍ଷରେ ୧୦୦ କୋଟି ର କମ୍ପାନୀ

By

Published : Sep 15, 2020, 9:55 PM IST

Updated : Sep 15, 2020, 10:03 PM IST

ଭୁବନେଶ୍ବର: ୪ ବର୍ଷରେ ୧୦୦ କୋଟିର କମ୍ପାନୀ । ଆଇ ସର୍ଭ ୟୁ ନାମଙ୍କ ଏହି କମ୍ପାନୀ ୫ ଜଣରୁ ଆରମ୍ଭ ହୋଇ ଏବେ ୯୦ ଜଣରେ ପହଞ୍ଚିଛି । ଆଉ କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶାର ଏହି କମ୍ପାନୀ । ଏପଟେ ଏହା ହିଁ ଷ୍ଟାର୍ଟଅପ୍ କମ୍ପାନୀର ସଫଳତା ବୋଲି କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଏହା ଓଡ଼ିଶା ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ପାଇଁ ବଡ଼ ଖବର । ବିଶେଷ କରି ଗ୍ରାମାଞ୍ଚଳ ଓ ଆର୍ଥିକ କ୍ଷେତ୍ରର ନିମ୍ନ ବର୍ଗରେ ଥିବା ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଉଥିବା ଭୁବନେଶ୍ବର ବେସଡ୍ ଷ୍ଟାର୍ଟଅପ୍ ଆଇ ସର୍ଭ ୟୁ (I SERVE U) ନିଜର ଭ୍ୟାଲୁଏସନ୍ ୧୦୦ କୋଟି ଟଙ୍କାକୁ ବଢାଇ ପାରିଛି। ମାତ୍ର ୪ ବର୍ଷର ସମୟ ମଧ୍ୟରେ ଏହି ବଡ଼ ଟାର୍ଗେଟ ହାସଲ କରିଛି ଆଇ ସର୍ଭ ୟୁ । ନିକଟରେ ନିଜର ୫୧ ପ୍ରତିଶତ ସେୟାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ ଥିବା ନିୟୋଜିନ୍ ଫିନ୍ଟେକ୍ ନାମକ କମ୍ପାନୀକୁ ପ୍ରାୟ ୬୦ କୋଟି ଟଙ୍କାରେ ବିକିଛି । ଏହି ଡିଲ୍ ମାଧ୍ୟମରେ ଆଇ ସର୍ଭ ୟୁ ଗ୍ଲୋବାଲ ମାର୍କେଟ ପ୍ରବେଶ ବା ସହ ୨୦୨୨ ସୁଦ୍ଧା ୩୦୦ କୋଟି ଟଙ୍କାର ଭ୍ୟାଲୁଏସନ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି କମ୍ପାନିର ସିଇଓ ।

କମାଲ କରୁଛି ଓଡ଼ିଶାର ଷ୍ଟାଟଅପ୍ :୪ ବର୍ଷରେ ୧୦୦ କୋଟି ର କମ୍ପାନୀ


ମାଇକ୍ରୋ ଏଟିଏମ୍ , ଆଧାର ବେସ୍ଡ଼ ଏଟିଏମ୍, କ୍ୟାସ ଡିପୋଜିଟ୍ ଓ କ୍ୟାସ ଉଇଡ୍ର ସର୍ଭିସେସ ଯୋଗାଉଥିବା ଆଇ ସର୍ଭୟୁ, ଏହି ଡିଲ୍ ମାଧ୍ୟମରେ ନିୟୋଜିନ୍ ଫିନ୍ଟେକ୍ ଯୋଗାଉଥିବା କ୍ରେଡିଟ୍ ଓ ୱେଲଥ୍ ସର୍ଭିସେସ ସେବା ମଧ୍ୟ ଯୋଗାଇ ପାରିବ । ଏହାସହ ବର୍ତ୍ତମାନ ୨୦ଟି ରାଜ୍ୟରେ ନିଜର ବିଜନେସ୍ ନେଟର୍ୱକ ରଖିଥିବା ଆଇ ସର୍ଭ ୟୁ ଗ୍ଲୋବାଲ ମାର୍କେଟର ଆକ୍ସେସ ପାଇବ ବୋଲି ସିଇଓ କହିଛନ୍ତି । ଲକଡାଉନ ସମୟରେ ସଠିକ ସେବା ଯୋଗାଇବା ସହ ଏହି ୬ ମାସ ମଧ୍ୟରେ ୩ ହଜାର କୋଟି ଟଙ୍କା ଟ୍ରାଜାକ୍ସନ କରିଥିଲା କମ୍ପାନି । ଯାହାକି ଇନଭେଷ୍ଟରମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୨୦୨୨ ସୁଦ୍ଧା ଆଇ ସର୍ଭ ୟୁ ୧୦୦ କୋଟିର ରେଭିନ୍ୟୁ ଟାର୍ଗେଟ ସହ ୩୦୦ କୋଟିରେ ନିଜର ଭ୍ୟାଲୁଏସନ୍ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଓ ଏହାସହ ନିଜର ଏଜେଣ୍ଟ ନେଟୱାର୍କରେ ୩ ଲକ୍ଷ ରିଟେଲ ପଏଣ୍ଟ ଯୋଡ଼ିବାକୁ ଯୋଜନା କରିଛି ବୋଲି କହିଛନ୍ତି କମ୍ପାନିର ସିଏଫଓ ।


ସେହିପରି ପ୍ରାୟ ୨ କୋଟି ଆକ୍ଟିଭ କଷ୍ଟମର ବେସ ଥିବାକମ୍ପାନୀ ଆଗାମୀ ୨ ବର୍ଷରେ ଏହାର କଷ୍ଟମର ବେସ୍ ୮ କୋଟିକୁ ବଢାଇବାକୁ ଲକ୍ଷ୍ୟ ରଖିଥିବା ବେଳେ, ଦେଶରେ ୧ ଲକ୍ଷ ୬୦ ହଜାର ପୋଷ୍ଟ ଅଫିସ ଓ ଦେଶର ସମସ୍ତ ପିନ୍ କୋଡ଼କୁ ନିଜର ଏଜେଣ୍ଟ ନେଟ୍ୱର୍କରେ ମଧ୍ୟକୁ ଆମ୍ବିସିଅସ ଟାର୍ଗେଟ ରଖିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 15, 2020, 10:03 PM IST

ABOUT THE AUTHOR

...view details