ଭୁବନେଶ୍ବର: ଜାତୀୟସ୍ତରରେ ରାଜ୍ୟ ସରକାରଙ୍କୁ ଆଉ ଏକ ସଫଳତା । ସରକାରଙ୍କ ଜାଗା ମିଶନକୁ ବଡ ସଫଳତା ମିଳିଛି । 2017ରେ ରାଜ୍ୟ ସରକାର ପୁରୀରେ ଏକ କାର୍ଯ୍ୟକ୍ରମ ଜରିଆରେ ଜାଗା ମିଶନକୁ ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ସହରୀ ଗରିବଙ୍କୁ ଚିହ୍ନଟ କରି ମାଗଣାରେ ଘର ପାଇଁ ଜାଗା ଯୋଗାଇ ଦେବା ।
ଭିଡିଓ ସୌଜନ୍ୟ: @CMO_Odisha ଯାହା ସରକାରଙ୍କୁ ସଫଳତା ମିଳିଥିବା କୁହାଯାଉଛି । ଗତ ଦୁଇ ବର୍ଷ ଭିତରେ ନଗର ଉନ୍ନୟନ ବିଭାଗ ବହୁ ବାସହୀନ ଲୋକଙ୍କୁ ଜାଗା ମିଶନ ମାଧ୍ୟମରେ ଜାଗା ଯୋଗାଇ ଦେଇଥିବାରୁ ଜାଗା ମିଶନକୁ ମିଳିଛି ପୁରସ୍କାର ।
ମିଳିତ ଭାବେ ଓଡିଶା ଓ ଟାଟା ଟ୍ରଷ୍ଟକୁ ମିଳିଛି ‘ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ହାଇଦ୍ରାବାଦରେ ଜିଓ ସ୍ମାର୍ଟ ମିଡିଆ ଆଣ୍ଡ କମ୍ୟୁନିକେସନ ଦ୍ବାରା ଆୟୋଜିତ ‘ଦ ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ’ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି । ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିବା ସହ ଟ୍ବିଟ କରି ନଗର ଉନ୍ନୟନ ବିଭାଗକୁ ଶୁଭେଛା ଜଣାଇଛନ୍ତି ।
ସୂଚନା ଯୋଗ୍ୟଯେ ଭିତ୍ତିଭୂମି ବିକାଶ, ପରିବେଶ, କୃଷି, ସାଧାରଣ ନିରାପତ୍ତା, ଜରୁରୀ କାଳୀନ ବ୍ୟବସ୍ଥା ପରିଚାଳନା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଭଳି ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଥିବା ସଂସ୍ଥାକୁ ଏହି ପୁରସ୍କାର ମିଳିଥାଏ ।