ଓଡିଶା

odisha

ETV Bharat / city

ଡିସେମ୍ବର 31 ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ - ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନ

ଚଳିତ ବର୍ଷର ବିଧାନସଭା ଶୀତ ଅଧିବେଶନ ଡିସେମ୍ବର 31 ପୂର୍ବରୁ ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଡିସେମ୍ବର 31 ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ
ଡିସେମ୍ବର 31 ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

By

Published : Oct 28, 2020, 1:47 PM IST

ଭୁବନେଶ୍ବର: ଡିସେମ୍ବର 31 ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନସଭା ବିଧି ଅନୁସାରେ, 60 ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ 20 ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ 40 ଦିନ ବସିବାକୁ ବାକି ରହିଛି। ଯାହା ଡିସେମ୍ବର ପୂର୍ବରୁ ବସିବ ବୋଲି ସୂଚନା ମିଳିଛି ।

ତେବେ କେବେ ବସିବ ଓ କଣ ରହିବ ରୂପରେଖ ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ଜଣାପଡିଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ 40 ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

ସୂଚନାଥାଉକି, କୋରୋନା କଟକଣା ମଧ୍ୟରେ ଚଳିତ ବର୍ଷର ମୌସୁମୀ ଅଧିବେଶନ ଶେଷ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details