ଓଡିଶା

odisha

ETV Bharat / city

Odisha Assembly Winter Session: ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ

ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ । ଅହରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

Odisha Assembly Winter Session: ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ
Odisha Assembly Winter Session: ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ

By

Published : Dec 7, 2021, 10:46 AM IST

Updated : Dec 7, 2021, 11:21 AM IST

ଭୁବନେଶ୍ବର: ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ । ଅହରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ(Odisha Assembly House Adjourned) ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର(Odisha speaker surya narayana patra) । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ଗୃହ । ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ସାଙ୍ଗକୁ ବାଦ ପଡିନାହାନ୍ତି ଶାସକ ଦଳ ବିଜେଡି ବିଧାୟକ । ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ଯ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ହଟ୍ଟଗୋଳ କରୁଥିବାବେଳେ ଶାସକ ଦଳର ବିଧାୟକମାନେ 'ହେ ପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅ' ଲେଖାଥିବା ପ୍ଲାକାର୍ଡ ଧରି ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:-Odisha Assembly Winter Session: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ତାରା

ବାଚସ୍ପତିଙ୍କ ପୋଡିଅମକୁ ଆସି ତିନି ଦଳ ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରବଳ ହଙ୍ଗାମା କରିଥିଲେ । ବିରୋଧୀ ଘଣ୍ଟା ବଜାଇ ଗୃହରେ ହୋହଲ୍ଲା କରିଛନ୍ତି । ସେହିପରି ବିଜେଡି ମଧ୍ୟ ଗଙ୍ଗାଜଳ ସିଞ୍ଚନ କରି 'ହେ ପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅ' ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଅପରାହ୍ନ ୪ଟା ପର୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 7, 2021, 11:21 AM IST

ABOUT THE AUTHOR

...view details