ଓଡିଶା

odisha

ETV Bharat / city

Assembly Winter Session: ଅଚଳାବସ୍ଥା ଜାରି, ପୁଣି 4.50 ପର୍ଯ୍ୟନ୍ତ ଗୃହ ମୁଲତବୀ

ଅପରାହ୍ନ 4ଟାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ହଙ୍ଗାମା ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪.୫୦ ପର୍ଯ୍ୟନ୍ତ ମୁଲତବୀ (Odisha assembly adjourned) ରଖିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

Odisha Assembly Winter Session
Odisha Assembly Winter Session

By

Published : Dec 10, 2021, 4:28 PM IST

ଭୁବନେଶ୍ବର:ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ମଧ୍ୟ ଗୃହ ଅଚଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ପ୍ରଥମେ ଦିନ ସାଢେ 11 ଟା ପର୍ଯ୍ୟନ୍ତ ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Odisha Assembly Speaker calls all party meeting) ।

ମାତ୍ର ସର୍ବଦଳୀୟ ବୈଠକରେ ଉପସ୍ଥିତ ହେଲେ ନାହିଁ ବିରୋଧୀ । ଫଳରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ଏବେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ହଙ୍ଗାମା ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪.୫୦ ପର୍ଯ୍ୟନ୍ତ ମୁଲତବୀ (Odisha assembly adjourned) ରଖିଛନ୍ତି ବାଚସ୍ପତି ।

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ନେଇ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଛି । ଗୃହର କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ସରକାର ଆଗତ କରିଥିବା ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ ଆଜି ବିଧାନସଭାରେ ଗୃହିତ ହେବ । ତେବେ ବିନା ଆଲୋଚନା ରେ ସରକାର ଏହାକୁ ମଞ୍ଜୁର କରାଇ ପାରନ୍ତି । କାରଣ ଗତକାଲି ମଧ୍ୟ ସରକାର ହଟ୍ଟଗୋଳ ମଧ୍ୟରେ ୪୧ ଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଗିଲଟିନ ପାରିତ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ABOUT THE AUTHOR

...view details