ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହ ପରିଚାଳନା କିପରି ହେବ ସେନେଇ ବୈଠକରେ ଆଲୋଚନା ହେବ ।
ସକାଳ 11ଟାରେ ଏହି ବୈଠକ ବସିବ । ଏହାସହ ଆଜି ହିଁ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଆସନରୁ ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ବରୂପ ଦାସ ଶପଥ ଗ୍ରହଣ କରିବେ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଶୀତ ଅଧିବେଶନ ଡିସେମ୍ବର 31 ତାରିଖ ଯାଏ ଚାଲିବ ବୋଲି କୁହାଯାଉଛି । ତେବେ ଏହି ସମୟ ମଧ୍ୟରେ ଗୃହରେ ସପ୍ଲିମେଣ୍ଟାରୀ ବଜେଟ ଆଗତ ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହାସହ ନଭେମ୍ବର 26, 27 ଓ 28 ତାରିଖରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଏହସହ ନଭେମ୍ବର 29ତାରିଖରେ ଆସିବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।