ଓଡିଶା

odisha

ETV Bharat / city

ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ: ନରସିଂହ - odisha assembly monsoon session

ଜୁଲାଇ 2 ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ନରସିଂହ
ନରସିଂହ

By

Published : Jun 28, 2022, 10:24 PM IST

ଭୁବନେଶ୍ବର: ଜୁଲାଇ 2 ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ।

ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ: ନରସିଂହ

ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ। ଏହାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ କହିଛନ୍ତି କୃଷି , କୃଷକ ସମସ୍ୟା ଏବଂ କାଳିଆ ଯୋଜନାକୁ ନେଇ ରାଜ୍ୟରେ କେତେ ଚାଷୀ ଅଛନ୍ତି ତାର ତାଲିକା ସରକାରଙ୍କ ପାଖରେ ନାହିଁ। ଋଣ ଦେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ରାଜ୍ୟରେ ଚାଷୀର ସର୍ବନିମ୍ନ ଆୟ 5012 ଟଙ୍କା ହୋଇଥିବାବେଳେ ନବୀନ ଓ ମୋଦି ସରକାର ଚାଷୀଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।

ସେହିପରି ନରସିଂହ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ। ବିଶେଷକରି ମହିଳା ଓ ଶିଶୁ ଓଡିଶାରେ ସୁରକ୍ଷିତ ନୁହଁନ୍ତି। ଦୁର୍ନୀତି ଚରମ ଅବହେଳା ଏବଂ ବେରୋଜଗାରୀ ଏକ ବଡ ସମସ୍ୟା । ଅଗ୍ନିପଥ ଯୋଜନା ଦେଇ ଯୁବ ବର୍ଗଙ୍କ ସହ ପ୍ରତାରଣା କରିଛନ୍ତି ମୋଦି । ଏହି ସବୁ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ ବୋଲି ନରସିଂହ କହିଛନ୍ତି ।

ABOUT THE AUTHOR

...view details