ଓଡିଶା

odisha

ETV Bharat / city

ବିଧାନସଭାରେ ଧାନ କିଣା ତାତି, ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଆରମ୍ଭହେଲା ଗୃହକାର୍ଯ୍ୟ,ଚାଲିଛି ପ୍ରଶ୍ନକାଳ
odisha assembly live update

By

Published : Mar 27, 2021, 10:43 AM IST

Updated : Mar 27, 2021, 5:59 PM IST

17:53 March 27

ବିଧାନସଭାରେ ଧାନ କିଣା ତାତି, ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ଧାନ କିଣା ତାତି। କେତେ ଧାନ ଉଠିଛି ଏବଂ ଧାନ ଉଠାଣ ତାରିଖ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏଭଳି ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟଙ୍କ ହୋହଲା ପାଟିତୁଣ୍ଡ ନାରବାଜି। ଫଳରେ ବାଚସ୍ପତି ଗୃହକୁ ମଙ୍ଗଳବାର ୧୦.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

17:19 March 27

ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଖର୍ଚ୍ଚ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ।  ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । 

11:54 March 27

4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଧାନକିଣା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ । ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । 

11:50 March 27

ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ଗୃହରେ ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ଶେତ୍ବପତ୍ର ନ ଦିଆଯିବା ଅଭିଯୋଗ କରି ବାଚସ୍ପତି ଏହାକୁ ସ୍ବାଧୀକାର ଭଙ୍ଗ କମିଟିକୁ ପଠାଇବାକୁ ଦାବି କରିଛନ୍ତି ବିଧାୟକ । ଗୃହ ବିଭାଗର ଖର୍ଚ୍ଚ ଦାବି 22 ତାରିଖରେ ଆଲୋଚନା ହେବା କଥା କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଇ 26 ତାରିଖକୁ ଘୁଞ୍ଚାଇ ଦିଆଗଲା । ଏହା ପଛରେ ବିଧାନସଭାରେ ଏକ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

11:32 March 27

ରାଜ୍ୟରେ 82ଟି ଦକ୍ଷତା ବିକାଶ କେନ୍ଦ୍ର

ବିଧାନସଭାର ପ୍ରଶ୍ନକାଳରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉତ୍ତର ରଖିଛନ୍ତି । ରାଜ୍ୟରେ 82ଟି ଦକ୍ଷତା ବିକାଶ କେନ୍ଦ୍ର ରହିଛି । ତନ୍ମଧ୍ୟରୁ 22 ଟି ଏସସି,ଏସଟି ବିଭାଗ ସହିତ ଅନୁବନ୍ଧିତ । 

11:14 March 27

ଗୃହରେ ଉତ୍ତର ରଖୁଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ

ଗୃହରେ ଚାଲିଛି ପ୍ରଶ୍ନକାଳ । ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଭିନ୍ନ ଦକ୍ଷତା ବିକାଶ ସେଣ୍ଟରର କାର୍ଯ୍ୟକାରିତା ବିଷୟରେ ଉତ୍ତର ରଖୁଛନ୍ତି ।

11:06 March 27

ଗୃହରେ ଚାଲିଛି ପ୍ରଶ୍ନକାଳ, ଉତ୍ତର ରଖୁଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ

ଗୃହରେ ଚାଲିଛି ପ୍ରଶ୍ନକାଳ । ଉତ୍ତର ରଖୁଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । 

11:04 March 27

ଗୃହରେ ଉତ୍ତର ରଖୁଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟର ଅଙ୍ଗନବାଡି ସହ ଅନ୍ୟାନ୍ୟ ବିଷୟର ଉତ୍ତର ରଖିଛନ୍ତି । ଆମର ରାଜ୍ୟରେ 1576 ନୂତନ ଅଙ୍ଗନବାଡ଼ି ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି, ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ବଜେଟ 5ରୁ 7 ଲକ୍ଷ ଟଙ୍କା ବଢା ଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । 

10:25 March 27

ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଆରମ୍ଭ ହେଲା ବିଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ଗୃହ ଆରମ୍ଭରୁ ଚାଲିଛି ପ୍ରଶ୍ନକାଳ । ମହିଳା ଓ ଶିୁଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

Last Updated : Mar 27, 2021, 5:59 PM IST

ABOUT THE AUTHOR

...view details