ଭୁବନେଶ୍ବର:ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କୁ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗେଇ ପାରିନାହିଁ । ସର୍ବଦଳୀୟବୈଠକ ପରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ଗୃହକୁ ଆସନ୍ତାକାଲି (ଶନିବାର) ଦିନ ୧୦.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଅପରାହ୍ନରେ ୪ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ କିଛି ସମୟ ପରେ ପୁଣି ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହା ପରେଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରି ଗୃହ କାର୍ଯ୍ୟ ଆଗେଇ ନେବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଗକୁ ଚାଲିପାରିନଥିଲା ଗୃହକାର୍ଯ୍ୟ । ଯାହା ଫଳରେ ଗୃହକୁ ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।